ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ମଙ୍ଗଳବାର ସୁଦ୍ଧା ଓଡ଼ିଶା ସମେତ ବିଶ୍ୱ ଓ ଦେଶରେ କଣ ରହିଛି କରୋନା ସ୍ଥିତି।
ଓଡ଼ିଶାରେ କରୋନା
- ରାଜ୍ୟରେ ଆଜି ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
- ଗତ ୨୪ ଘଣ୍ଟା ମଧ୍ୟରେ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
- ଓଡ଼ିଶାରେ ୪୩୭କୁ ବୃଦ୍ଧି ପାଇଲା ପଜିଟିଭ୍ ସଂଖ୍ୟା।
- ଗଞ୍ଜାମରେ ସର୍ବାଧିକ ୧୫୮ କରୋନା ଆକ୍ରାନ୍ତ।
- ରାଜ୍ୟରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୮୫କୁ ବୃଦ୍ଧି।
- ଏପର୍ଯ୍ୟନ୍ତ ରାଜ୍ୟରେ ୩୪୯ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି।
- ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୮,୦୫୭ ଜଣଙ୍କର ନମୁନା ପରୀକ୍ଷା ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା
- କୋଭିଡ୍ କେୟାର ସେଣ୍ଟର ଶଯ୍ୟା ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ଵ।
- ୬ ଜିଲ୍ଲାରେ ବଢ଼ିବ କୋଭିଡ କେୟାର ସେଣ୍ଟର ଶଯ୍ୟା ସଂଖ୍ୟା।
- ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ବାଲେଶ୍ଵର, ବଲଙ୍ଗିର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର।
ବିଶ୍ୱ ଓ ଦେଶରେ କରୋନା
- ଭାରତରେ ବର୍ତ୍ତମାନ ସୁଦ୍ଧା ୧୭,୫୯,୫୭୯ ନମୁନା ପରୀକ୍ଷା ହୋଇଛି।
- ସେଥିମଧ୍ୟରୁ ୭୦,୭୫୬ ଜଣ କରୋନା ପଜିଟିଭ୍।
- ଦେଶରେ କରୋନା କବଳରୁ ସୁସ୍ଥ ହେଲେଣି ୨୨,୪୫୪ ଜଣ।
- ଦେଶର କରୋନାରେ ପ୍ରାଣ ହରାଇଲେଣି ୨,୨୯୩ ଜଣ ଆକ୍ରାନ୍ତ।
- ଦେଶରେ ଏବେ ବି ୪୬,୦୦୮ ଜଣ ସକ୍ରିୟ କରୋନା ଆକ୍ରାନ୍ତ।
- ବିଶ୍ୱର ୨୧୨ଟି ଦେଶ ଓ ଦୁଇଟି ଜାହାଜ କରୋନା ଆକ୍ରାନ୍ତ।
- ବିଶ୍ୱରେ ଏବେ ସୁଦ୍ଧା ୪୨,୭୨,୬୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ।
- ବିଶ୍ୱରେ କରୋନାରେ ମୋଟ ୨,୮୭,୬୧୫ ଜଣ ଲୋକ ପ୍ରାଣ ହରାଇଲେଣି।


















