ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୪୨ ବର୍ଷ ପୂର୍ବେ ଆଜିର ଦିନରେ ରିଲିଜ୍‌ ହୋଇଥିଲା ବ୍ଲକ ବଷ୍ଟର ଫିଲ୍ମ ‘ଡନ୍‌’। ଏଥିରେ ‘ଡନ୍‌’ ହୋଇଥିଲେ ଅମିତାଭ ବଚ୍ଚନ।

ବିଗ୍‌ ଅମିତାଭ ବଚ୍ଚନଙ୍କ ସୁପରହିଟ ଫିଲ୍ମ ‘ଡନ୍‌’ ଆଜି ୪୨ ବର୍ଷ ପୂରା କରିଛି। ଅମିତାଭ ବଚ୍ଚନ ଇନଷ୍ଟାରେ ଫଟୋ ସେୟାର କରି ନିଜେ ଏହି ସୂଚନା ଦେଇଛନ୍ତି। ୧୯୭୮ ମସିହାରେ ମେ’ ୧୨ରେ ଏହି ଫିଲ୍ମ ରିଲିଜ ହୋଇଥିଲା। ଅମିତାଭ ବଚ୍ଚନ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ।

ଏବେ ସେ ଇନଷ୍ଟାରେ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ତାଙ୍କ ସାଙ୍ଗରେ ଅଭିନେତ୍ରୀ ନୂତନଙ୍କୁ ବି ଦେଖିବାକୁ ମିଳିଛି। କାରଣ ସେହି ବର୍ଷ ନୂତନ ବି ଫିଲ୍ମ ଫେୟାର ଆଓ୍ୱାର୍ଡ ପାଇଥିଲେ।

‘ଡନ୍’ ଅମିତାଭଙ୍କ କ୍ୟାରିୟରର  ସଫଳ ଫିଲ୍ମ ମଧ୍ୟରୁ ଗୋଟିଏ। ଏହି ଫିଲ୍ମର ଗୀତ ‘ଖାଇକେ ପାନ ବନାରସୱାଲା’କୁ ଦର୍ଶକ ଏଭରଗ୍ରୀନ ଗୀତ ଭାବେ ଗ୍ରହଣ କରିଛନ୍ତି। ବିଭିନ୍ନ ସମୟରେ ଏହି ଗୀତ  ଶୁଣିବାକୁ ମିଳେ।

ବଲିଉଡ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ପ୍ରତ୍ୟେକ ସୁଖ ଦୁଃଖ ବାଣ୍ଟନ୍ତି। ଏପରିକି ସେ ତାଙ୍କ ଫଲୋୟର୍ସଙ୍କୁ ପରିବାର ବୋଲି ମାନନ୍ତି।  ସେଥିପାଇଁ ବ୍ୟକ୍ତିଗତ ଜୀବନରୁ ବୃତ୍ତିଗତ ଜୀବନ ପର୍ଯ୍ୟନ୍ତ ସମସ୍ତ କଥା ଅମିତାଭ ସେୟାର କରନ୍ତି

Comment