ଓଡ଼ିଶାଲାଇଭ୍ ବ୍ୟୁରୋ

NIMR

ICMR-NIMR ଅଧୀନରେ ସାଇଣ୍ଟିଷ୍ଟ, ପ୍ରୋଜେକ୍ଟ ଅଫିସର, ଆଇ.ଟି ଅଫିସର ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତା ମେ ୧୮ ଯାଏଁ ଚାଲୁ ରହିବ।

ସାଇଣ୍ଟିଷ୍ଟ-ସି (ମେଡିକାଲ ମାଇକ୍ରୋବାୟୋଲୋଜୀ):

  • ପଦବୀ ସଂଖ୍ୟା- ୩
  • ଯୋଗ୍ୟତା- MBBS ପରେ ମାଇକ୍ରୋବାୟୋଲୋଜୀରେ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ କରିଥିବେ (MD/MS/DNB) ।
  • ବୟସ ସୀମା- ୪୦ ବର୍ଷ
  • ଦରମା- ୬୪୦୦୦ ଟଙ୍କା

 ସାଇଣ୍ଟିଷ୍ଟ-ବି (ନନ୍-ମେଡିକାଲ):

  • ପଦବୀ ସଂଖ୍ୟା- ୩
  • ଯୋଗ୍ୟତା- ଲାଇଫ୍ ସାଇନ୍ସ/ବାୟୋଟେକ୍ନୋଲୋଜୀରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ପାସ୍ କରିବା ସହ ଯେକୌଣସି ଲାବୋରେଟାରୀରେ ଦୁଇ ବର୍ଷ କାର୍ଯ୍ୟ କରିବାର ଅଭିଜ୍ଞତା ବା ଲାଇଫ୍ ସାଇନ୍ସ/ବାୟୋଟେକ୍ନୋଲୋଜୀରେ ଦ୍ୱିତୀୟ ଶ୍ରେଣୀରେ ସ୍ନାତକୋତ୍ତର ପାସ୍ କରିବା ସହ ପି.ଏଚ୍.ଡି ଡିଗ୍ରୀ ହାସଲ କରିଥିବେ।
  • ବୟସ ସୀମା- ୩୫ ବର୍ଷ
  • ଦରମା- ୪୮୦୦୦ ଟଙ୍କା

ପ୍ରୋଜେକ୍ଟ ଅଫିସର/ସେକ୍ସନ ଅଫିସର:

  • ପଦବୀ ସଂଖ୍ୟା- ୪
  • ଯୋଗ୍ୟତା- ଯେକୌଣସି ବିଷୟରୋ ସ୍ନାତକ କରିବା ସହ ଆଡମିନିଷ୍ଟ୍ରେସନ୍/ଫାଇନାନ୍ସ/ଆକାଉଣ୍ଟ ଓ୍ୱାର୍କ/ଇଞ୍ଜିନିୟରିଂ ତଥା ଟେକ୍ନିକାଲ ଓ୍ୱାର୍କ ରେ ଅତିକମରେ ଗୋଟିଏ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ ସୀମା- ୩୦ ବର୍ଷ
  • ଦରମା- ୩୨୦୦୦ ଟଙ୍କା

ପ୍ରୋଜେକ୍ଟ ଟେକ୍ନିକାଲ ଆସିଷ୍ଟାଣ୍ଟ:

  • ପଦବୀ ସଂଖ୍ୟା- ୪
  • ଯୋଗ୍ୟତା- ସାଇନ୍ସ/ଇଞ୍ଜିନିୟରିଂ/ଆଇ.ଟିରେ ଗ୍ରାଜୁଏସନ୍ କରିବା ସହ ଗୋଟିଏ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ ସୀମା- ୩୦ ବର୍ଷ
  • ଦରମା- ୩୧୦୦୦ ଟଙ୍କା

ଆଇ.ଟି ମ୍ୟାନେଜର/ଓ୍ୱେବ୍ ମ୍ୟାନେଜର:

  • ପଦବୀ ସଂଖ୍ୟା- ୨
  • ଯୋଗ୍ୟତା- ଇଞ୍ଜିନିୟରିଂ/କମ୍ପ୍ୟୁଟର ସାଇନ୍ସ/ଇନଫରମେସନ୍ ଟେକ୍ନୋଲୋଜୀ/କମ୍ପ୍ୟୁଟର ଆପ୍ଲିକେସନରେ ସ୍ନାକ କିନ୍ବା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ସଂପୃକ୍ତ ବିଭାଗରେ (ଆପ୍ ଡେଭେଲପମେଣ୍ଟ/ପୋର୍ଟାଲ୍ସ୍/ଓ୍ୱେବସାଇଟ/ଆପ୍ଲିକେସନ୍/ପ୍ରୋଗ୍ରାମିଂ/ଇନଫରମେସନ ସିଷ୍ଟମ) ଗୋଟିଏ ବର୍ଷ କାର୍ଯ୍ୟ କରିବାର ଅଭିଜ୍ଞତା ଥିବ।
  • ବୟସ ସୀମା- ୩୦ ବର୍ଷ
  • ଦରମା- ୩୨୫୦୦ ଟଙ୍କା

ସିନିୟର ପ୍ରୋଜେକ୍ଟ ଆସିଷ୍ଟାଣ୍ଟ/UDC:

  • ପଦବୀ ସଂଖ୍ୟା- ୪
  • ଯୋଗ୍ୟତା- ଦ୍ୱାଦଶ ପାସ୍ କରିବା ସହ ଆଡମିନିଷ୍ଟ୍ରେଟିଭ୍ ଓ୍ୱାର୍କରେ ଦୁଇ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ ବା ଗ୍ରାଜୁଏସନ୍ ସହ ଆଡମିନିଷ୍ଟ୍ରେଟିଭ୍ ଓ୍ୱାର୍କରେ ଗୋଟିଏ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ ସୀମା- ୨୮ ବର୍ଷ
  • ଦରମା- ୧୭୦୦୦ ଟଙ୍କା

ମଲ୍ଟି ଟାସ୍କିଂ ଷ୍ଟାଫ୍:

  • ପଦବୀ ସଂଖ୍ୟା- ୪
  • ଯୋଗ୍ୟତା- ହାଇ ସ୍କୁଲ୍ ପଢ଼ିଥିବେ।
  • ବୟସ ସୀମା- ୨୫ ବର୍ଷ
  • ଦରମା- ୧୫୮୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ନିଜର ଆବେଦନପତ୍ର ରେ ମେ ୧୮ ସଂଧ୍ୟା ୫ଟା ପୂର୍ବରୁ ଇ ମେଲ୍ କରିପାରିବେ। ଚୟନ ହୋଇଥିବା ପ୍ରାର୍ଥୀଙ୍କର ସ୍କାଇପ୍ ବା ଭିଡିଓ କଲ ମାଧ୍ୟମରେ ଇଣ୍ଟରଭ୍ୟୁ ନିଆଯିବ।

ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ତଥ୍ୟ ପାଇଁ nimr.org.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment