ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଯୁଦ୍ଧ ପାଇଁ ବଲିଉଡ ସେଲିବ୍ରିଟିମାନେ ଦେଶକୁ ସାହାଯ୍ୟ କରିଚାଲିଛନ୍ତି। ଏବେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ଏହି ଯୁଦ୍ଧରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଏବଂ ତାଙ୍କ ତରଫରୁ ମହାମାରୀ ମୁକାବିଲା ପାଇଁ ୫ କୋଟି ଟଙ୍କା ଦାନ କରିଛନ୍ତି। ଏହାସହ ଦେଶକୁ ସହାୟତା ପାଇଁ ଆଗକୁ ଆସୁଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଉର୍ବଶୀ।

ରିପୋର୍ଟ ଅନୁସାରେ ଉର୍ବଶୀ ମେ’ ୩ରୁ ଏକ ଭର୍ଚୁଆଲ୍ ଡ୍ୟାନ୍ସ ମାଷ୍ଟର କ୍ଲାସ୍ ଆୟୋଜନ କରିଥିଲେ ।

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲୋକଙ୍କୁ ଏହା ବିଷୟରେ ଜଣାଇଥିଲେ। ଏହି କ୍ଲାସରେ ଉର୍ବଶୀ ଲୋକଙ୍କୁ ଜୁମ୍ବା, ଟାବାଟା ଏବଂ ଲାଟିନ୍ ଡ୍ୟାନ୍ସ ମାଗଣାରେ ଶିକ୍ଷା ଦେଇଥିଲେ। ଟିକଟକରେ ବି ଉର୍ବଶୀ ଏହି ଡ୍ୟାନ୍ସ ମାଷ୍ଟର କ୍ଲାସ ନେଇଥିଲେ। ଏହା ତାଙ୍କୁ ୧.୮ କୋଟି ଲୋକଙ୍କ ସହ ଯୋଡ଼ିଥିଲା। ଏଥିରୁ ଉର୍ବଶୀଙ୍କୁ ୫ କୋଟି ଟଙ୍କା ରୋଜଗାର କରିଥିଲେ। ଏହି ସମସ୍ତ ଟଙ୍କା ସେ ଦାନ କରିଛନ୍ତି।

Comment