ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଲଢ଼େଇ ବେଳେ ବଦଳିଲେ ସ୍ୱାସ୍ଥ୍ୟ ବିଭାଗ ସଚିବ ନିକୁଞ୍ଜ ଧଳ। ତାଙ୍କ ଜାଗାରେ ପ୍ରଦୀପ୍ତ ମହାପାତ୍ର ସ୍ୱାସ୍ଥ୍ୟ ବିଭାଗର ସଚିବ ହୋଇଥିବା ବେଳେ ନିକୁଞ୍ଜଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର।

ଶକ୍ତି ବିଭାଗର ସଚିବ ଥିବା ବରିଷ୍ଠ ଆଇଏଏସ୍‌ ଅଫିସର ବିଷ୍ଣୁପଦ ସେଠୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ୧୯୯୪ ବ୍ୟାଚର ଆଇଏଏସ୍‌ ଅଫିସର ଏବଂ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଥିବା ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି।

Comment