ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ଗୁରୁବାର ସୁଦ୍ଧା ଓଡ଼ିଶା ସମେତ ବିଶ୍ୱ ଓ ଦେଶରେ କ’ଣ ରହିଛି କରୋନା ସ୍ଥିତି।

ଓଡ଼ିଶାରେ କରୋନା

  • ରାଜ୍ୟରେ ଆଜି ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
  • ଓଡ଼ିଶାରେ ୬୨୪କୁ ବୃଦ୍ଧି ପାଇଲା ପଜିଟିଭ୍ ସଂଖ୍ୟା।
  • ଗଞ୍ଜାମରେ ସର୍ବାଧିକ ୨୫୨ କରୋନା ଆକ୍ରାନ୍ତ।
  • ରାଜ୍ୟରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି।
  • ଏପର୍ଯ୍ୟନ୍ତ ରାଜ୍ୟରେ ୪୬୩ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି।
  • ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୭,୧୫୦ ଜଣଙ୍କର ନମୁନା ପରୀକ୍ଷା ହୋଇଛି।

ବିଶ୍ୱ ଓ ଦେଶରେ କରୋନା

  • ଭାରତରେ ବର୍ତ୍ତମାନ ସୁଦ୍ଧା ୧୯,୪୭,୦୪୧ ନମୁନା ପରୀକ୍ଷା ହୋଇଛି।
  • ସେଥିମଧ୍ୟରୁ ୭୮,୦୦୩ ଜଣ କରୋନା ପଜିଟିଭ୍।
  • ଦେଶରେ କରୋନା କବଳରୁ ସୁସ୍ଥ ହେଲେଣି ୨୬,୨୩୪ ଜଣ।
  • ଦେଶର କରୋନାରେ ପ୍ରାଣ ହରାଇଲେଣି ୨,୫୪୯ ଜଣ ଆକ୍ରାନ୍ତ।
  • ଦେଶରେ ଏବେ ବି ୪୯,୨୪୯ ଜଣ ସକ୍ରିୟ କରୋନା ଆକ୍ରାନ୍ତ।
  • ବିଶ୍ୱର ୨୧୩ଟି ଦେଶ ଓ ଦୁଇଟି ଜାହାଜ କରୋନା ଆକ୍ରାନ୍ତ।
  • ବିଶ୍ୱରେ ଏବେ ସୁଦ୍ଧା ୪୪,୪୬,୯୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ।
  • ବିଶ୍ୱରେ କରୋନାରେ ମୋଟ ୨,୯୮,୪୭୪ ଜଣ ଲୋକ ପ୍ରାଣ ହରାଇଲେଣି।

ବୟସ୍କ ଓ ଭିନ୍ନକ୍ଷମ ଲୋକଙ୍କ ପାଇଁ ପରାମର୍ଶ

  • ଘରେ ଥିବା ବୟସ୍କ କିମ୍ଵା ଭିନ୍ନକ୍ଷମ ଲୋକଙ୍କ ହାତକୁ ୬ରୁ ୮ ଥର ଧୁଅନ୍ତୁ।
  • ହାତକୁ ବାରମ୍ଵାର ମୁହଁ ପାଖକୁ ନନେବାକୁ ପରାମର୍ଶ ଦିଅନ୍ତୁ।
  • ତାଙ୍କ ଯତ୍ନ ନେଲା ବେଳେ ନିଜ ହାତକୁ ଭଲ ଭାବରେ ଧୁଅନ୍ତୁ।
  • ତାଙ୍କ କପଡ଼ାକୁ ନିୟମିତ ଧୁଆଧୋଇ କରନ୍ତୁ।
  • ସେମାନଙ୍କୁ ଘରୁ ବାହାରକୁ ନଛାଡ଼ନ୍ତି।
  • ସେମାନ ବ୍ୟବହାର କରୁଥିବା ବାଡ଼ି. ଚେୟାର ଓ ରିମୋଟକୁ ସଫା ରଖୁନ୍ତୁ।

Comment