ଓଡ଼ିଶାଲାଇଭ୍‌ ବ୍ୟୁରୋ

ପନିରରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଆଇଟମ୍‌ ଅଧିକାଂଶ ଲାକ ଖାଇବାକୁ ପସନ୍ଦ କରନ୍ତି। ସେହି ଆଇଟମ୍‌ ଭିତରୁ ମଟର ପନିର୍‌ର ସ୍ୱାଦ ଟିକିଏ ଅଲଗା ଥାଏ। ହେଲେ ସମସ୍ତେ ଏହାକୁ ପ୍ରସ୍ତୁତ କରିପାରନ୍ତି ନାହିଁ। ସେଥିପାଇଁ ଜାଣି ରଖନ୍ତୁ ଏକ ସହଜ ଉପାୟ ଯାହାଦ୍ୱାରା ଘରେ କମ୍‌ ମସଲାରେ ଆପଣ କରିପାରିବେ ମଟର ପନିର।

ଆବଶ୍ୟକ ସାମଗ୍ରୀ –୨୫୦ ଗ୍ରାମ ପନିର, ୨୦୦ ଗ୍ରମା ଗ୍ରୀନ ମଟର, କଟା ପିଆଜି, ଟମାଟୋ, ଅଦା ରସୁଣ ପେଷ୍ଟ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଗରମ ମସଲା, ଧନିଆ ଗୁଣ୍ଡ, ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସରେ ପ୍ୟାନ ବସାଇ ସେଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ହୋଇ ରହିଥିବା ପନିରକୁ ସେଥିରେ ଭାଜନ୍ତୁ। ପନିର ଭାଜି ହେବା ପରେ ତାକୁ ଗୋଟିଏ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏବେ ସେହି ପ୍ୟାନରେ ଆଉ ଟିକେ ତେଲ ଦେଇ ସେଥିରେ କଟା ପିଆଜକୁ ପକାନ୍ତୁ। ପିଆଜ ହାଲକା ଭାଜି ହେବା ପରେ ସେଥିରେ ଅଦା ରସୁଣ ପେଷ୍ଟ ଗୋଟିଏ ଚାମଚ ପକାନ୍ତୁ। ୧ରୁ ୨ ମିନିଟ ଯାଏଁ ତାକୁ  ଏପଟ ସେପଟ କରନ୍ତୁ।

ଏହାପରେ ସେଥିରେ କଟା ହୋଇ ରହିଥିବା ଟମାଟୋ ଓ କଞ୍ଚା ଲଙ୍କାକୁ ପକାନ୍ତୁ। ଟମାଟେ ସଫ୍ଟ ହେବା ଯାଏଁ ଏହାକୁ ଘୋଡ଼ାଇକି ରଖନ୍ତୁ। ଏହାପରେ ଗ୍ୟାସ ବନ୍ଦ କରି  ମସଲାକୁ ଥଣ୍ଡା ହେବାକୁ ଦିଅନ୍ତୁ। ମସଲା ଥଣ୍ଡା ହୋଇଯିବା ପରେ ଏହାକୁ ଗ୍ରାଇଣ୍ଡିଂ କରନ୍ତୁ।

ଏହାପରେ ଆଉ ଏକ ପ୍ୟାନରେ ତେଲ ଗରମ କରନ୍ତୁ। ସେଥିରେ ଆବଶ୍ୟକ ଅନୁସାରେ ଲଙ୍କା ଗୁଣ୍ଡ ପକାନ୍ତୁ। ତା’ ପରେ ସେଥିରେ ଗ୍ରାଇଣ୍ଡିଂ ହୋଇଥିବା ମସଲାକୁ ପକାନ୍ତୁ। ଏବେ ଏଥିରେ ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଓ ଧନିଆ ଗୁଣ୍ଡ ପକନ୍ତୁ। ଏବେ ମସଲାକୁ ଭଲ ଭାବରେ କସି ସେଥିରେ ଗ୍ରୀନ ମଟର ପକାନ୍ତୁ। , ସବୁକୁ ଭଲ ଭାବେ ମିକ୍ସ କରି ସେଥିରେ ଅଳ୍ପ ପାଣି ଦିଅନ୍ତୁ।

ଟିକିଏ ସମୟ ଘୋଡ଼ାଇ ରଖିବ ପରେ ସେଥିରେ ଭଜା ପନିରକୁ ପକାଇ ଘାଣ୍ଟନ୍ତୁ।  ଏସବୁ ହୋଇଯିବା ପରେ ସେଥିରେ ଗରମ ମସଲା, ଧନିଆ ପତ୍ର ପକାଇ ୧ରୁ ୨ ମିନଟ ଯାଏଁ ଫୁଟାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣ ମଟର ପନିର।

Comment