ଓଡ଼ିଶାଲାଇଭ୍ ବ୍ୟୁରୋ

NLC india

NLC ଇଣ୍ଡିଆ ଲିମିଟେଡ୍ ଅଧୀନରେ ବିଭିନ୍ନ ବିଭାଗରେ ଗ୍ରାଜୁଏଟ୍ ଏକ୍ସିକ୍ୟୁଟିଭ୍ ଟ୍ରେନି ପଦବୀରେ ସମୁଦାୟ ୨୫୯ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥଲା। ଏନେଇ ଆବେଦନ ପ୍ରକ୍ରିୟା ମେ ୩୦କୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହା ମେ ୧୭ ଥିଲା।

ବିଭାଗ ଏବଂ ପଦବୀ ସଂଖ୍ୟା:

  • ମେକାନିକାଲ- ୧୨୫
  • ଇଲେକ୍ଟ୍ରିକାଲ (EEE) – ୬୫
  • ଇଲେକ୍ଟ୍ରିକାଲ (ECE) – ୧୦
  • ସିଭିଲ୍- ୫
  • କଣ୍ଟ୍ରୋଲ୍ ଆଣ୍ଡ୍ ଇନଷ୍ଟ୍ରୁମେଣ୍ଟେସନ୍- ୧୫
  • କମ୍ପ୍ୟୁଟର- ୫
  • ମାଇନିଂ- ୫
  • ଜିଓଲୋଜୀ- ୫
  • ଫାଇନାନ୍ସ- ୧୪
  • ହ୍ୟୁମାନ ରିସୋର୍ସ- ୧୦

ବୟସ– ଅତିବେଶୀରେ ୩୦ ବର୍ଷ। ସଂରକ୍ଷିତ ବର୍ଗ ପାଇଁ ବୟସ ସୀମା କୋହଳ କରାଯାଇଛି।

ଦରମା– ପ୍ରଥମ ଗୋଟିଏ ବର୍ଷ ଟ୍ରେନିଂ ସମୟରେ ୫୦୦୦୦ ଦିଆଯିବ। ଟ୍ରେନିଂ ପରେ ୬୦୦୦୦ରୁ ୧୮୦୦୦୦ ଟଙ୍କା ଦିଆଯିବ।

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ NLCILର ଅଫିସିଆଲ ଓ୍ୱେବସାଇଟରୁ ଅନଲାଇନ ଆବେଦନ କରିପାରିବେ।

ଆବେଦନ ଶୁଳ୍କ-

  • ସାଧାରଣ ବର୍ଗ-୮୫୪ ଟଙ୍କା
  • ସଂରକ୍ଷିତ ବର୍ଗ/ଏକ୍ସ-ସର୍ଭିସମ୍ୟାନ- ୩୫୪ ଟଙ୍କା

ଯୋଗ୍ୟତା ସମ୍ବନ୍ଧୀୟ ଅଥିକ ତଥ୍ୟ ଜାଣିବା ପାଇଁ nlcindia.comରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

Comment