ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ଵାରେଣ୍ଟିନ୍‌ ସେଣ୍ଟରର ପରିସରର ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କଲେ ତାମିଲନାଡୁ ଫେରନ୍ତା। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ଅଁଳା ପଞ୍ଚାୟତର କ୍ଵାରେଣ୍ଟିନ୍‌ ସେଣ୍ଟରରେ। ବର୍ତ୍ତମାନ ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମୃତ ବ୍ୟକ୍ତି ଜଣକ ହେଲେ ଜଗନ୍ନାଥ ବେହେରାଙ୍କ ପୁଅ ସୁରେନ୍ଦ୍ର ବେହେରା। ତାଙ୍କ ଘର ବୈଶିଙ୍ଗା ଥାନା ଅନ୍ତର୍ଗତ ରାଇକମାରେ ବୋଲି ଜଣାପଡ଼ିଛି। ମୃତକ ଜଣକ ତାମିଲନାଡୁରୁ ଫେରି ନିଜ ପତ୍ନୀଙ୍କ ସହ କ୍ଵାରେଣ୍ଟିନ୍‌ରେ ଥିଲେ। ତେବେ ଗତକାଲି ରାତିରେ କୌଣସି କାରଣରୁ କ୍ଵାରେଣ୍ଟିନ୍‌ ସେଣ୍ଟର ପରିସରରେ ଥିବା ମହୁଲ ଗଛରେ ଫାଶୀ ଲଗାଇ ସ୍ଵାମୀ ଆତ୍ମହତ୍ୟା କରିଛି।

ସ୍ଵାମୀ-ସ୍ତ୍ରୀଙ୍କ ଝଗଡ଼ା ପରେ ସ୍ଵାମୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Comment