ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମୀର ଖାନଙ୍କ ସହ ମାଧୁରୀ ଦୀକ୍ଷିତ ପ୍ରାୟ ୨୮ ବର୍ଷ ହେବ କାମ କରିନାହାନ୍ତି। ଆସନ୍ତୁ ଜାଣିବା ଏହାର କାରଣ…

ବଡ଼ ପରଦାରେ ଦର୍ଶକ ଅମୀର ଖାନ ଓ ମାଧୁରୀ ଦୀକ୍ଷିତଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରୁଥିଲେ ଦର୍ଶକ। ଅମୀର ଖାନ-ମାଧୁରୀଙ୍କ ଯୋଡ଼ି ମାତ୍ର ଦୁଇଟି ହିନ୍ଦୀ ସିନେମାରେ ନଜର ଆସିଥିଲେ। ଏହି ଦୁଇଟି ଫିଲ୍ମ ହେଲା ‘ଦିଲ୍‌’ ଏବଂ ‘ଦିୱାନା ମୁଝସା ନେହିଁ’। ଏହାପରେ ମାଧୁରୀ ଦୀକ୍ଷିତ କୌଣସି ବି ସିନେମାରେ ଅମୀର ଖାନଙ୍କ ସହିତ କାମ କରିନାହାନ୍ତି। ଏହାର ଗୋଟିଏ ନିର୍ଦ୍ଦିଷ୍ଟ କାରଣ ବି ରହିଛି।

ପ୍ରଖ୍ୟାତ ନିର୍ମାତା- ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ଫିଲ୍ମ ‘ଦିଲ୍‌’ ର ସୁଟିଂ ସେଟରେ ଅମୀର ଖାନଙ୍କର ଏକ ଦୁଷ୍ଟାମି ଯୋଗୁଁ ଏଭଳି ଘଟିଥିଲା ବୋଲି କୁହାଯାଏ। ସେହି ସମୟରେ ମିଷ୍ଟର ପରଫେକସନିଷ୍ଟ୍ ଅମୀର ସ୍ୱଭାବରେ ଖୁବ୍ ନଟଖଟ ଥିଲେ।

‘ଦିଲ୍‌’ ଫିଲ୍ମର ଏକ ଲୋକପ୍ରିୟ ଗୀତ ହେଲା ‘ଖମ୍ବେ ଜୈସି ଖଡି ହୈ, ଲଡକୀ ହୈ ୟା ଛଡି ହୈ’। ଏହି ଗୀତରେ ଅମୀର ଓ ମାଧୁରୀ ଦୀକ୍ଷିତ ଅଭିନୟ କରିଥିଲେ। ଏହାର ସୁଟିଂ ସମୟରେ ଥରେ ଅମୀର ଖାନ୍ ଆସି ମାଧୁରୀ ଦୀକ୍ଷିତଙ୍କୁ କହିଲେ, ‘ମୋତେ ହସ୍ତରେଖା ବିଦ୍ୟା ମାଲୁମ୍‌। ମୁଁ ତୁମର ହାତ ଦେଖି ଭବିଷ୍ୟତରେ କ’ଣ ଘଟିବ, ତାହା କହିପାରିବି।’

ଅମୀରଙ୍କ କଥା ଶୁଣି ମାଧୁରୀ ଦୀକ୍ଷିତ ଉତ୍ସାହିତ ହୋଇଉଠିଲେ। ସେ ସାଙ୍ଗେ ସାଙ୍ଗେ ନିଜର ହାତ ବଢ଼ାଇ ଦେଲେ। ଅମୀର କିଛି ସମୟ ମାଧୁରୀ ଦୀକ୍ଷିତଙ୍କର ହାତ ଦେଖିଥିଲେ। ତା’ପରେ ମାଧୁରୀଙ୍କ ହାତ ପାପୁଲି ଉପରେ ଛେପ ପକାଇଥିଲେ। ଏଥିରେ ଭିଷଣ ବିରକ୍ତି ହୋଇଥିଲେ ମାଧୁରୀ। ସେ ଅମୀରଙ୍କୁ ପିଟିବା ପାଇଁ ହକିଷ୍ଟିକ୍‌ ଧରି ଗୋଡ଼ାଇଥିଲେ, ହେଲେ ଧରିପାରିନଥିଲେ। ହେଲେ ସେହି ମୁହୂର୍ତ୍ତରେ ମାଧୁରୀ ନିଷ୍ପତ୍ତି ନେଇଥିଲେ କି ଭବିଷ୍ୟତରେ କେବେ ବି ଅମୀରଙ୍କ ସହ କାମ କରିବେନି।

ନିର୍ଦ୍ଦେଶକ ଇନ୍ଦ୍ର କୁମାର ବିଗ୍ ବି ଅମିତାଭ ବଚ୍ଚନ ଓ ଅମୀର ଖାନଙ୍କୁ ନେଇ ‘ରିସ୍ତା’ ଟାଇଟଲ୍‌ରେ ଏକ ବିଗ୍ ବିଜେଟ୍ ଫିଲ୍ମ ତିଆରି କରିବାର ଯୋଜନା କରିଥିଲେ। ଏହି ସିନେମାରେ ଇନ୍ଦ୍ର କୁମାର ଅମୀରଙ୍କ ବିପକ୍ଷରେ ମାଧୁରୀ ଦୀକ୍ଷିତଙ୍କୁ ନେବାର ବି ଯୋଜନା ରଖିଥିଲେ।

ଫିଲ୍ମର ସ୍କ୍ରିପ୍ଟ ପଢ଼ିବା ପରେ ଉଭୟେ ବିଗ୍ ବି ଓ ଆମିର ରାଜି ହୋଇଥିଲେ। ହେଲେ ଯେତେବେଳେ ନିର୍ଦ୍ଦେଶକ ଇନ୍ଦ୍ର କୁମାର ସେହି ଫିଲ୍ମର ଅଫର୍ ନେଇ ମାଧୁରୀ ଦୀକ୍ଷିତଙ୍କ ପାଖକୁ ଗଲେ, ସେତେବେଳେ ସେ ସିଧାସଳଖ ମନା କରିଦେଇଥିଲେ। କୁହାଯାଏ ଯେ ମାଧୁରୀ ଆଉ ଅମୀରଙ୍କ ସହ କାମ କରିବାକୁ ଚାହାଁନ୍ତି ନାହିଁ ବୋଲି ଇନ୍ଦ୍ର କୁମାରଙ୍କୁ ରୋକଠୋକ୍‌ ଶୁଣାଇ ଦେଇଥିଲେ।

Comment