ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ରୂପ ନଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଅବପାତରୁ ଏହା ବାତ୍ୟାରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆସନ୍ତା ୧୨ ଘଣ୍ଟା ପରେ ଭୀଷଣ ବାତ୍ୟାର ରୂପ ଧାରଣ କରିବ। ୧୮ ତାରିଖ ସକାଳେ ଏହା ଭୟଙ୍କର ବାତ୍ୟାରେ ପରିଣତ ହେବ। ପାରାଦୀପଠାରୁ ଦକ୍ଷିଣରେ ବାତ୍ୟା ଅମ୍ଫାନ୍‌ ୧୦୪୦ କିଲୋମିଟର ଦୂରରେ ରହିଛି। ଆସନ୍ତାକାଲି ଯାଏଁ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପରେ ଉତ୍ତର ପୂର୍ବ ଦିଗରେ ଗତି କରିବ ଅମ୍ଫାନ୍‌।

ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍‌ କରିବ ତାହା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ସମୁଦ୍ର ଭିତରେ ପବନର ବେଗ ୬୫ କିଲୋମିଟର ରହିଛି। ୧୮ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ରହିଛି। ୧୯ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Comment