ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ପ୍ରଥମ ଥର କରି କନ୍ଧମାଳ ଜିଲ୍ଲାକୁ ଛୁଇଁଲା କରୋନା। ରାଜ୍ୟର ୨୩ତମ ଜିଲ୍ଲା ଭାବେ ଏହି ରାଜ୍ୟକୁ ଛୁଇଁଛି କରୋନା। ଆଜି ଚିହ୍ନଟ ହୋଇଥିବା ୪୮ ଜଣଙ୍କ ମଧ୍ୟରୁ କନ୍ଧମାଳରୁ ୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ।

ଆଜି ମୋଟ୍‌ ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଯାଜପୁରରୁ ୧୬, ଗଞ୍ଜାମରୁ ୧୫, ପୁରୀରୁ ୪, କେନ୍ଦ୍ରାପଡ଼ାରୁ ୩, ନୟାଗଡ଼ରୁ ୩, ବଲାଙ୍ଗିରରୁ ୨, କନ୍ଧମାଳରୁ ୨ ଓ ବୌଦ୍ଧ, କଟକ, ଖୋର୍ଦ୍ଧାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଏହାସହ ରାଜ୍ୟରେ ବର୍ତ୍ତମାନ ୮୭୬କୁ ପହଞ୍ଚିଛି କରୋନା ପଜିଟିଭ୍‌ଙ୍କ ସଂଖ୍ୟା। ଏହାସହ ୨୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୫୨ ଜଣ ସକ୍ରିୟ ଅଛନ୍ତି। ସେହିପରି କରୋନାରେ ଏଯାଏଁ ରାଜ୍ୟରେ ୪ ଜଣଙ୍କ ମୃତ୍ୟୁ ହୋଇଛି।

Comment