ଓଡ଼ିଶାଲାଇଭ୍ ବ୍ୟୁରୋ

ECR

ପୂର୍ବତଟ ରେଳବାଇର ଖୋର୍ଦ୍ଧା ଡିଭିଜନ ଅଧୀନରେ ନର୍ସିଂ ସୁପେରିନଟେଣ୍ଡେଣ୍ଟ୍, ଫାର୍ମାସିଷ୍ଟ ଏବଂ ଡ୍ରେସର୍/ଓ.ଟି.ଏ/ହସ୍ପିଟାଲ୍ ଆଟେଣ୍ଡାଣ୍ଟ୍ ପଦବୀରେ ସମୁଦାୟ ୫୬୧ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ମେ ୨୨ ଯାଏଁ ଇମେଲ୍ ମାଧ୍ୟମରେ ଆବେଦନ କରିପାରିବେ।

ପଦବୀ:

ସୁପେରିନଟେଣ୍ଡେଣ୍ଟ୍ (୨୫୫ଟି ପଦବୀ)

  • ଯୋଗ୍ୟତା- ଜେନେରାଲ ନର୍ସିଂର ୩ ବର୍ଷିଆ କୋର୍ସ କରିଥିବେ ବା ବି.ଏସ୍.ସି ନର୍ସିଂ କରିଥିବେ।
  • ବୟସ- ୨୦ରୁ ୩୮ ବର୍ଷ

ଫାର୍ମାସିଷ୍ଟ (51ଟି ପଦବୀ)

  • ଯୋଗ୍ୟତା- ବିଜ୍ଞାନରେ ଦ୍ୱାଦଶ ପାସ୍ କରିବା ସହ ଫାର୍ମାସିରେ ଡିପ୍ଲୋମା କରିଥିବେ ବା ବି.ଫାର୍ମା କରିଥିବେ।
  • ବୟସ-୨୦ରୁ ୩୫ ବର୍ଷ

ଡ୍ରେସର୍/ଓ.ଟି.ଏ/ହସ୍ପିଟାଲ୍ ଆଟେଣ୍ଡାଣ୍ଟ୍ (୨୫୫ଟି ପଦବୀ)

  • ଯୋଗ୍ୟତା- ଅତିକମରେ ମେଟ୍ରିକ ପାସ୍ କରିଥିବେ।
  • ବୟସ- ୧୮ରୁ ୩୩ ବର୍ଷ

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ନିଜ ଆବେଦନପତ୍ର ସହ ସମସ୍ତ ଶିକ୍ଷାଗତ ଏବଂ ଅଭିଜ୍ଞତା ପ୍ରମାଣପତ୍ରର ସ୍କାନ କପିକୁ srdmohkur@gmail.comକୁ ମେ ୨୨ ସୁଦ୍ଧା ମେଲ୍ କରିବେ।

ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ eastcoastrail.indianrailways.gov.inରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

Comment