ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ଓଡ଼ିଶାର ୭ଟି ଜିଲ୍ଲାରେ ୧୫ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ ରଖାଯାଇଛି। ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଏବଂ ଜଗତସିଂହପୁର ଜିଲ୍ଲା ଉପରେ ବିଶେଷ ନଜର ରଖାଯାଇଛି।

ବାଲେଶ୍ୱରରେ ୪ଟି ଟିମ୍‌, କେନ୍ଦ୍ରାପଡ଼ାରେ ୩, ଭଦ୍ରକରେ ୨, ମୟୂରଭଞ୍ଜରେ ୧, ପୁରୀରେ ୧ , ଜଗତସିଂହପୁରରେ ୨, ଯାଜପୁରରେ ୨ଟି ଟିମ୍‌ ସଜାଗ ରହିଛନ୍ତି। ଆଉ ୫ଟି ଟିମ୍‌କୁ ରିଜର୍ଭ ରଖାଯାଇଛି। ଆବଶ୍ୟକ ପଡ଼ିଲେ ଏହି ରିଜର୍ଭ ଟିମ୍‌କୁ ବିଭିନ୍ନ ସ୍ଥାନକୁ ପଠାଯିବ।

ବାତ୍ୟାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ଏବଂ ଓଡ଼ିଶାକୁ ୪୧ଟି ଏନଡିଆର୍‌ଏଫ୍‌ ଟିମ୍‌ ପଠାଯାଇଛି। ଓଡ଼ିଶାରେ ୧୫ଟି ଏନଡିଆର୍‌ଏଫ୍‌ ଟିମ୍ ମୁତୟନ ଅଛନ୍ତି। କଟର ସହିତ ଆବଶ୍ୟକୀୟ ଯନ୍ତ୍ରଂଶ ରହିଛି। ୨୪ଟି ଟିମ୍‌ ସଂରକ୍ଷିତ ରଖାଯାଇଥିବା ଏନ୍‌ଡିଆର୍‌ଏଫ୍‌ ଡିଜି ଏସ୍‌ ଏନ୍‌ ପ୍ରଧାନ ସୂଚନା ଦେଇଛନ୍ତି।

ଅମ୍ପନ ପ୍ରଭାବରେ ଦକ୍ଷିଣ ଉପକୂଳରେ ପବନର ବେଗ ୫୫ରୁ ୬୫ କିଲୋମିଟର ରହିଛି। ଏହା ଆସନ୍ତାକାଲି ସକାଳେ ବଢ଼ିବ। ୭୫ରୁ ୯୧ କିଲୋମିଟର ବେଗରେ ପବନ ବହିବ। ଉତ୍ତର ଉପକୂଳ ଓଡ଼ିଶାରେ ପବନର ବେଗ ୧୨୫ କିଲୋମିଟର ହୋଇପାରେ।

ଅମ୍ପନ ପ୍ରଭାବରେ ପଶ୍ଚିମଙ୍ଗ ଏବଂ ବାଂଲାଦେଶରେ ସର୍ବାଧିକ କ୍ଷତି ହେବ। କଚ୍ଚା ଘର ଭାଙ୍ଗିବା ସହ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ିବ। ବିଦ୍ୟୁତ ଖୁଣ୍ଟ ବି ଭାଙ୍ଗିବ। ପଶ୍ଚିମବଙ୍ଗର ଚବିଶି ପ୍ରଗଣା, କୋଲକାତା, ହୁଗୁଳି, ହାୱଡା ଜିଲ୍ଲାରେ ଅଧିକ କ୍ଷତି ହେବ।

Comment