ଓଡ଼ିଶାଲାଇଭ୍ ବ୍ୟୁରୋ

Amphan

ମହାବାତ୍ୟାର ରୂପ ନେଇଥିବା ସାମୁଦ୍ରିକ ଝଡ଼ ଅମ୍ପନ ଏବେ ନିଜର ପ୍ରଭାବ ଦେଖାଇବା ଆରମ୍ଭ କରିସାରିଛି। ଏନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ସ୍ଥାନାନ୍ତରଣ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ବାଲେଶ୍ୱରର ଭୋଗରାଇ, ବାଲିଆପାଳ, ରେମୁଣା, ବାଲେଶ୍ୱର ସଦର, ସୋର ତଥା ବାହନଗା ଅଞ୍ଚଳଗୁଡ଼ିକରୁ ପ୍ରାୟ ୮୩୦୦୦ ଲୋକଙ୍କୁ ସ୍ଥାନାନ୍ତରଣ କରିବାର ଲକ୍ଷ୍ୟ ରଖାଯାଇଛି।

ବାତ୍ୟା ସମୟରେ ପରିସ୍ଥିତିର ମୁକାବିଲା ତଥା ଉଦ୍ଧାର କାର୍ଯ୍ୟ ପାଇଁ NDRF ଓ ODRAF ଟିମ୍ ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ବାଲେଶ୍ୱର ଜିଲ୍ଲାର ଦାୟିତ୍ୱ ନେଇଥିବା IAS ମଧୁସୂଦନ ପାଢ଼ୀ। ଗତ କାଲି ଭୁବନେଶ୍ୱରରୁ ଆସି ସେ ବାଲେଶ୍ୱରରେ ପହଞ୍ଚିଛନ୍ତି। ଜିଲ୍ଲାର ସଂପୂର୍ଣ୍ଣ ସ୍ଥିତି ଅନୁଧ୍ୟାନ କରି ସେ ସୁରକ୍ଷାର ବିଭିନ୍ନ କ୍ଷେତ୍ର ପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Amphan

ବର୍ତ୍ତମାନ ଅମ୍ପନ ସହ କରୋନା ପାଇଁ ମଧ୍ୟ ସେତିକି ସତର୍କ ରହିବାକୁ ହେବ ବୋଲି କହିଛନ୍ତି ଶ୍ରୀଯୁକ୍ତ ପାଢ଼ୀ। ବାଲେଶ୍ୱରର ବିଭିନ୍ନ ଆଶ୍ରୟ ସ୍ଥଳୀଗୁଡ଼ିକରେ କିପରି ସାମାଜିକ ଦୂରତା ରକ୍ଷା କରାଯିବ ସେ ଦିଗ ପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଉଛି। ଏହା ସହ ଏହି ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ମାସ୍କ ତଥା ହାଣ୍ଡ୍ ଓ୍ୱାସ୍ ବଣ୍ଟନ କାର୍ଯ୍ୟ ମଧ୍ୟ ଜାରି ରହିଛି।

ଏହି ମହାବାତ୍ୟାର ପ୍ରଭାବକୁ କମ କରିବାକୁ ପ୍ରଶାସନ ତରଫରୁ ଯଥେଷ୍ଟ ପ୍ରଚେଷ୍ଟା କରାଯାଉଥିଲେ ମଧ୍ୟ ସମସ୍ତଙ୍କ ମନରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି। ସୂଚନା ଅନୁଯାୟୀ ଘଣ୍ଟାକୁ ୧୪ କିମି ବେଗରେ ମାଡ଼ିଆସୁଛି ମହାବାତ୍ୟା ଅମ୍ପନ। ବର୍ତ୍ତମାନ ଏହା ପାରାଦୀପ ଠାରୁ ୫୨୦ କିମି ଦୂରରେ ଏବଂ ଦୀଘା ଠାରୁ ୬୭୦ କିମି ଦୂରରେ ରହିଛି।

Comment