ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇ ମାଡ଼ି ଆସୁଛି ବାତ୍ୟା ଅମ୍ପନ। ପାରାଦୀପଠାରୁ ବାତ୍ୟା ୪୨୦ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ ୧୭ କିଲୋମିଟର ବେଗରେ ମାଡ଼ି ଆସୁଛି ଅମ୍ପନ।

ଦୀଘାଠାରୁ ୫୭୦ କିଲୋମିଟର ସୂରରେ ରହିଥିବା ବେଳେ ବାଂଲାଦେଶଠାରୁ ୭୦୦ କିଲୋମିଟର ଦୂରରେ ରହିଛି ଅମ୍ପନ।

ଗୋପାଳପୁର ଉପକୂଳଠାରୁ ୨୧୦ କିଲୋମିଟର ଦୂରରେ ଅତିକ୍ରମ କରିବ ଅମ୍ପନ। ସେହିପରି ପାରାଦୀପଠାରୁ ୧୨୦ ଏବଂ ବାଲେଶ୍ୱରଠାରୁ ୧୭୦ କିଲୋମିଟର ଦୂରରେ ଅତିକ୍ରମ କରିବ ଅମ୍ପନ।

ଅମ୍ପନ ପ୍ରଭାବରେ ବର୍ତ୍ତମାନ ଉପକୂଳ ଓଡ଼ିଶାରେ ପାଗ କୋହଲା ରହିଛି। ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ସମୁଦ୍ର ଅଶାନ୍ତ ରହିଛି। ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲା ବେଶୀ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Comment