ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲକଡାଉନରେ ପୁରୁଣା ଧାର୍ମିକ ସୋ’ଗୁଡ଼ିକୁ ପୁନର୍ବାର ପ୍ରସାରିତ କରାଯାଉଛି। ସେଥିମଧ୍ୟରୁ ଗୋଟିଏ ହେଉଛି ବି ଆର୍‌ ଚୋପ୍ରାଙ୍କ ମହାଭାରତ। ସରିଏଲଗୁଡ଼ିକ ପୁନଃପ୍ରସାରଣ ହେବା ସହିତ ଲୋକେ ଏବେ ସେହି ପୁରୁଣା କଳାକାରଙ୍କ ବିଷୟରେ ବି ଜାଣିବାକୁ ଚାହୁଁଛନ୍ତି। ଦୁଃଖର ବିଷୟ ହେଉଛି ସେହି ପୁରୁଣା କଳାକାରଙ୍କ ମଧ୍ୟରୁ ଏବେ ଅନେକ ଆରପାରିକୁ ଚାଲିଗଲେଣି। ସେମାନଙ୍କ ଭିତରୁ ଜଣେ ହେଉଛନ୍ତି  ମହାଭାରତରେ କଂସ ଭୂମିକାରେ ଅଭିନୟ କରିଥିବା ଅଭିନେତା ଗୋଗା କପୁର।  ଗୋଗା କପୁରଙ୍କ ପ୍ରକୃତ ନାମ ହେଉଛି ରବିନ୍ଦ୍ର କପୁର।

ଗୋଗା କପୁର ହିନ୍ଦୀ ସିନେମାର ଜଣେ ଜଣାଶୁଣା ଅଭିନେତା ଥିଲେ।  ସେ ଅନେକ ଫିଲ୍ମରେ ଭିଲେନ ଭୂମିକା ପାଇଥିଲେ। କିନ୍ତୁ ମହାଭାରତରେ କଂସ ଭୂମିକା ତାଙ୍କୁ ପରିଚୟ ଦେଇଥିଲା। ସେ ଏହି ଚରିତ୍ରରେ ଅଭିନୟ କରି ପ୍ରଶଂସା ସାଉଣ୍ଟିଥିଲେ।

ଫିଲ୍ମ ‘ତୁଫାନ’ରେ ଗୋଗା କପୁର ଡାକୁ ସୈତାନ ସିଂଙ୍କ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମ ‘କୟାମତ ସେ କୟାମତ ତକ୍‌’ ଓ ‘ରନ’ରେ ତାଙ୍କର ବଳିଷ୍ଠ ଅଭିନୟ ପାଇଁ ଆଜିବି ଦର୍ଶକ ତାଙ୍କ ମନେ ପକାଉଛନ୍ତି। ଏହା ବ୍ୟତୀତ ସେ ‘ମୁକଦ୍ଦର କା ସିକନ୍ଦର’, ‘ଦୋସ୍ତାନା’, ‘ସାନ’, ‘ୟାରାନା’, ‘ଶକ୍ତି’, ‘କୁଲି’, ‘ବେତାବ’, ‘ଜାନଜୀର’, ‘ହେରା ଫେରି’, ‘ପଥର କେ ଫୁଲ’, ଭଳି ଫିଲ୍ମରେ ଅଭିନୟ କରିଥିଲେ।

୨୦୧୧ ମାର୍ଚ୍ଚ ୩ରେ ମୁମ୍ବାଇରେ ଗୋଗା କପୁରଙ୍କ ମୃତ୍ୟୁ ହୋଇଥିଲା। ଦୀର୍ଘ ଅସୁସ୍ଥତା ଯୋଗୁଁ ୭୦ ବର୍ଷ ବୟସରେ ଗୋଗା କପୁରଦୁନିଆକୁ ବିଦାୟ ଦେଇଥିଲେ। ୧୯୭୧ରେ ରିଲିଜ ହୋଇଥିବା ଫିଲ୍ମ ତାଙ୍କର ଡେବ୍ୟୁ ଫିଲ୍ମ ଥିଲା।

Comment