ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଓଡ଼ିଶା ଉପକୂଳକୁ ଯେତିକି ପାଖଉଛି ଭୟ ସେତିକି ବଢ଼ି ଚାଲିଛି। ବାତ୍ୟା ଅମ୍ପନ ବର୍ତ୍ତମାନ ପାରାଦୀପଠାରୁ ୩୫୦ କିଲୋମିଟର ଦୂରରେ ରହିଥିବାରୁ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି।

ଭୁବନେଶ୍ୱରରେ ଆଜି ଦିନ ସାରା ପାଗ କୋହଲା ରହିଥିଲା। ଆକାଶ ମେଘୁଆ ମଧ୍ୟ ରହିଥିଲା। ଦି ପହରରେ ଝିପି ଝିପି ବର୍ଷା ହୋଇଥିଲା। ହାଲ୍‌କା ପବନ ମଧ୍ୟ ବହୁଥିଲା। ହେଲେ ସନ୍ଧ୍ୟାରେ ପବନର ବେଗ ବଢ଼ିବା ସହ ଜୋର୍‌ରେ ବର୍ଷା ହୋଇଥିଲା। ଏବେ ବି ବର୍ଷା ଚାଲଛି।

ଭୁବନେଶ୍ୱରରେ ବର୍ତ୍ତମାନ ୨୫ରୁ ୩୫ କିଲୋମିଟର ବେଗରେ ପବନ ବହୁଛି। ପବନର ବେଗ ରାତିରେ ବଢ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ଭୁବନେଶ୍ୱରରେ ରାତି ସାଢ଼େ ୮ଟା ସୁଦ୍ଧା ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ ସନ୍ଧ୍ୟା ସୁଦ୍ଧା ୩୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Comment