ଓଡ଼ିଶାଲାଇଭ୍‌ ବ୍ୟୁରୋ

Amphan

ବାତ୍ୟା ଅମ୍ପନ ପାଇଁ ସଜାଗ ରହିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ। ସୋମବାର ରାତିରୁ ତଳିଆ ଅଞ୍ଚଳରୁ ଆରମ୍ଭ ହୋଇଛି ସ୍ଥାନାନ୍ତର ପ୍ରକ୍ରିୟ।।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ପନ ଏବେ ଓଡ଼ିଶା ଉପକୂଳର ନିକଟତର ହେଉଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂପୁରରେ ପ୍ରବଳ ବର୍ଷା ଓ ପବନ ବହିବାର ସମ୍ଭାବନା ରହିଛି। ମାଟି ଓ ଚାଳଛପର ଘର କ୍ଷତିଗ୍ରସ୍ତ ହେବା ସହିତ ଗଛ ଭାଙ୍ଗିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।

ସୋମବାର ରାତିରେ ପାରାଦୀପ ମଧୁବନସ୍ଥିତ ବଙ୍ଗାଳିପଡ଼ା ଓ ଜଗନ୍ନାଥ କଲୋନି ଅଞ୍ଚଳର ପ୍ରାୟ ୪୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆଜି ମଧ୍ୟାହ୍ନ ସୁଧା ଏରସମା ଓ ବାଲିକୁଦାର ତଳିଆ ଅଞ୍ଚଳର ଲୋକକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ତେବେ ଏହି ଅଞ୍ଚଳରୁ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବା ନେଇ ଆକଳନ ହୋଇଛି।

ଅନ୍ୟପଟରେ ଯେଉଁ ସବୁ ବାତ୍ୟା ଆଶ୍ରୟ ସ୍ଥଳୀକୁ କ୍ୱାରେଣ୍ଟିନ ସେଣ୍ଟର ଭାବେ ବ୍ୟବହାର କରାଯାଉଥିଲା ସେ ସବୁକୁ ଖାଲି କରାଯାଉଛି।  କ୍ୱାରେଣ୍ଟିନରେ ଥିବା ଲୋକଙ୍କୁ ହୋମ ଆଇସୋଲେସନରେ ପଠାଯାଇଛି।

Comment