ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପରେ ମଙ୍ଗଳବାରଠୁ ପ୍ରଭାବ ଦେଖାଇବା ଆରମ୍ଭ କରିଥିଲା ବାତ୍ୟା ଅମ୍ପନ।  ବୁଧବାର ଏହାର ପ୍ରଭାବ ଆହୁରି ବଢ଼ିଛି। ପାରାଦୀପରେ ୯୮ କିଲୋମିଟର ବେଗରେ ପବନ ବହିବା ଆରମ୍ଭ କରିଛି। ଆଗକୁ ପବନର  ବେଗ ବଢ଼ି ଘଣ୍ଟା ପ୍ରତି ୧୪୫ କିଲୋମିଟର ହେବାର ସମ୍ଭାବନା ରହିଛି।

ବୁଧବାର ସକାଳ ୫ଟା ୩୦ ସୁଦ୍ଧା ପାରାଦୀପରେ ୯୮ କିଲୋମିଟର ବେଗରେ ପବନ ହେବା ସହିତ ୧୯୭ ମିମି ବର୍ଷା ହୋଇଛି। ପାରାଦୀପ ବନ୍ଦରରେ ୮ ନମ୍ବର ବିପଦ ସଙ୍କେତ ଜାରି ହୋଇଛି।

ବାଲେଶ୍ୱର, ଭଦ୍ରକ, ଯାଜପୁରରେ ବର୍ଷା ସହ ପବନ ଆରମ୍ଭ ହୋଇଛି। ବୁଧବାର ଅପରାହ୍‌ଣ ବା ସନ୍ଧ୍ୟା ଭିତରେ ପଶ୍ଚିମବଙ୍ଗ ସୁନ୍ଦରବନ ନିକଟରେ ଅମ୍ପନ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଚି। ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୧୬୫ରୁ ୧୮୫ କିଲୋମିଟର ରହିପାରେ।

Comment