ଓଡ଼ିଶାଲାଇଭ୍‌ ବ୍ୟୁରୋ

amphan update

ଆସୁଛି ବାତ୍ୟା ଅମ୍ପନ। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍‌ଡେଟ୍‌ @5PMରୁ…

  • ଆରମ୍ଭ ହେଲା ବାତ୍ୟା ଅମ୍ପନର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା।
  • ଦିନ ୨ଟାର ୩୦ରୁ ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା।
  • ୪ ଘଣ୍ଟା ଧରି ଜାରି ରହିବ ଏହି ପ୍ରକ୍ରିୟା।
  • ଅମ୍ପନ ଏବେ ପଶ୍ଚିମବଙ୍ଗ ତଟ ସୁନ୍ଦରବନରେ ପ୍ରବେଶ କରୁଛି।
  • କିଛି ସମୟ ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ଅମ୍ପନ।
  • ସୁନ୍ଦରବନ ପାର୍‌ କରି ସନ୍ଧ୍ୟା ସୁଦ୍ଧା କୋଲକାତା ପାଖାପାଖି ଆସିବ ଅମ୍ପନ।
  • ଏହି ସମୟରେ କୋଲକାତାରେ ୧୩୫ କିଲୋମିଟର ବେଗରେ ପବନ ବହିପାରେ।
  • ଆଗକୁ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଉପରେ ଅଧିକ ପ୍ରଭାବ ପଡ଼ିବ।
  • ସନ୍ଧ୍ୟା ପରେ ବାଲେଶ୍ଵର ଓ ଭଦ୍ରକରେ ପବନର ବେଗ କମିବ।
  • ପାରାଦୀପରେ ସର୍ବାଧିକ ୧୦୬ କିଲୋମିଟର ପ୍ରତି ଘଣ୍ଟାର ପବନ ରେକର୍ଡ କରାଯାଇଛି।
  • ଏବେ ପାରାଦୀପରେ ପବନର ବେଗ ଘଣ୍ଟାପ୍ରତି ୮୭ କିଲୋମିଟର ରହିଛି।
  • ବାଲେଶ୍ଵରରେ ପବନର ବେଗ ୧୦୦ରୁ ୧୨୫ କିଲୋମିଟର ପ୍ରତି ଘଣ୍ଟା ରହିପାରେ।
  • ଘଣ୍ଟାକୁ ୧୪ କିଲୋମିଟର ବେଗରେ ଗତି କରୁଛି ଅମ୍ପନ।
  • ଏପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
  • ଲ୍ୟାଣ୍ଡଫଲ୍ ପରେ କୋଲାକାତା ପାଖରେ ଉତ୍ତର, ଉତ୍ତର-ପୂର୍ବ ଦିଗକୁ ଗତି କରିବ।
  • ଅମ୍ପନ ପ୍ରଭାବରେ ଓଡ଼ିଶାରେ ଲାଗି ରହିଛି ବର୍ଷା, ପବନ।
  • ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର।

Comment