ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପଠାରୁ ୧୨୦ କିଲୋମିଟର ଦୂରରେ ରହିଛି ବାତ୍ୟା ଅମ୍ପନ। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ପବନ ଲାଗି ରହିଛି। ଯାଜପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଗତକାଲି ରାତିରୁ ଲାଗି ରହିଛି। ପବନର ବେଗ ଏଠାରେ ଘଣ୍ଟାକୁ ୫୦ରୁ ୬୦ କିଲୋମିଟର ରହିଛି।

ବାତ୍ୟା ପ୍ରଭାବରେ ଯାଜପୁରରେ ଦୋକାନ ବଜାର ବନ୍ଦ ରହିଛି। ପ୍ରଶାସନ ଏଠାରେ ୭ ହଜାର ୨୦୦ ଲୋକଙ୍କୁ ସ୍ଥାନାନ୍ତର କରିଛି। ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପୂରା ସଜାଗ ରହିଛି। ୨ଟି ଓଡ୍ରାଫ ଟିମ୍‌, ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଏବଂ ୧୩ଟି ଅଗ୍ନିଶମ ବିଭାଗର ଟିମ୍‌ ଯାଜପୁରରେ ମୁତୟନ ରହିଛନ୍ତି।

Comment