ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଅମ୍ପନ ପ୍ରଭାବରେ କେନ୍ଦ୍ରାପଡ଼ାରେ ସ୍ଥିତି ବେହାଲ ହୋଇଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକରେ ପାଟ୍ଟଶାଳା ନଦୀର ପାଣି ବନ୍ଧ ଡେଇଁ ଈଶ୍ୱରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗାଁରେ ପଶିଯିବାରୁ ଲୋକେ ଭୟଭୀତ ହୋଇଯାଇଛନ୍ତି। ଗାଁର ୬୨ ପରିବାର ପାଣିଘେରରେ ରହିଛନ୍ତି।

ଅମ୍ପନ ପ୍ରଭାବରେ ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନ ବହିଥିଲା। ପାଖାପାଖି ୧୦୦ କିଲୋମିଟର ବେଗରେ ପବନ ବହିଥିଲା। ଏହାର ପ୍ରଭାବରେ ବଡ଼ ଗଛ ଉପୁଡ଼ି ପଡ଼ିଥିଲା।

Comment