ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପରେ ଏବେ ପବନର ବେଗ କମୁଛି। ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ପବନର ବେଗ ଅଧିକ ରହିବ। ଅମ୍ପନ ଏବେ ଦକ୍ଷିଣରୁ ଉତ୍ତର ଦିଗକୁ ଗତି କରୁଛି। ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ପାରାଦୀପରେ ଘଣ୍ଟା ପ୍ରତି ୧୦୬ କିଲୋମିଟର ପବନର ବେଗ ରେକର୍ଡ କରାଯାଇଛି। ଏବେ ପବନର ବେଗ ୮୯ କିଲୋମିଟର ରହିଛି। ପବନର ବେଗ ଧୀରେ ଧୀରେ କମିବ। ତେବେ ଅପରାହ୍‌ଣ ଯାଏଁ ପବନ ଲାଗି ରହିବ।

ଭଦ୍ରକ, ବାଲେଶ୍ୱରରେ ସନ୍ଧ୍ୟା ଯାଏଁ ପବନ ରହିବ। ବାଲେଶ୍ୱରରେ ପବନର ବେଗ ୧୦୦ରୁ ୧୨୫ କିଲୋମିଟର ରହିବ।

ସୁନ୍ଦରବନ ପାଖରେ ବାତ୍ୟା ଅମ୍ପନ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ। ଲ୍ୟାଣ୍ଡଫଲ ପରେ ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଏହା ଗତି କରିବ।

Comment