ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜୀବ ଗାନ୍ଧୀଙ୍କ ୨୯ତମ  ଶ୍ରାଦ୍ଧବାର୍ଷିକୀ ଅବସରରେଶ୍ରଦ୍ଧାଞ୍ଜଳି ଦେଲେ ପତ୍ନୀ ସୋନିଆ,ପୁଅ ରାହୁଲ, ଝିଅ ପ୍ରିୟଙ୍କା

ଠିକ ୨୯ ବର୍ଷ ପୂର୍ବେ ଆଜିର ଦିନରେ ଏକ ଦୁଃଖଦ ଘଟଣା ଘଟିଥିଲା। ୧୯୯୧ ମସିହା ମେ’ ୨୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ସବୁଦିନ ପାଇଁ ହରାଇଥିଲା ଦେଶ। ଆଜି ସେହି ମହାନ ପୁରୁଷଙ୍କର ୨୯ତମ ଶ୍ରାଦ୍ଧ ବାର୍ଷିକୀ।

ଆଜିର ଦିନରେ ତାମିଲନାଡୁରେ ପ୍ରଚାର ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ଏହି ବିସ୍ଫୋରଣରେ ରାଜୀବ ଗାନ୍ଧୀ ପ୍ରାଣ ହରାଇଥିଲେ।

ଆଜି ତାଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳଗୁଡ଼ିକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସୋନିଆ ଗାନ୍ଧୀ ଟୁଇଟ କରି ଲେଖିଛନ୍ତି,‘‘ ମୁଁ ଜଣେ ପ୍ରକୃତ ଦେଶପ୍ରେମୀ, ଉଦାରବାଦୀ ବ୍ୟକ୍ତିଙ୍କ ପତ୍ନୀ ହୋଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି।  ପ୍ରଧାନମନ୍ତ୍ରୀ ଭାବରେ ରାଜୀବ ଜୀ ଦେଶକୁ ପ୍ରଗତିର ପଥରେ ଆଗେଇ ନେଇଛନ୍ତି। ଆଜି ତାଙ୍କ ଶ୍ରାଦ୍ଧବାର୍ଷିକୀରେ ମୁଁ ତାଙ୍କୁ ସଲାମ ଜଣାଉଛି।’’

ସେହିପରି ପୁଅ ରାହୁଲ ଗାନ୍ଧୀ ମଧ୍ୟ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଜଣେ ପ୍ରକୃତ ଦେଶପ୍ରେମୀ ଓ ଉଦାରବାଦୀ ବ୍ୟକ୍ତିଙ୍କ ପୁଅ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି ବୋଲି ସେ ଟୁଇଟ କରି ଲେଖିଛନ୍ତି।

Comment