ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ୍‌। ଏଥିରେ ୪ ଜଣ ଗୁରୁତର ହୋଇଥିବା ବେଳେ ୪୬ ଜଣ ବର୍ତ୍ତି ଯାଇଛନ୍ତି। ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରେ। ସମସ୍ତ ଶ୍ରମିକ କୋଲକାତାର ହୋଇଥିବା ସୂଚନା।

କେରଳରୁ ୫୦ ଜଣ ଶ୍ରମିକଙ୍କୁ ନେଇ କୋଲକାତା ଯାଉଥିଲା ଏକ ବସ୍‌। ଜଳେଶ୍ଵର ଲକ୍ଷ୍ମଣାନନ୍ଦ ଗେଟ୍‌ ପାଖରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିଲା। ପରେ ଅଗ୍ନୀଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

୪ ଜଣ ଗୁରୁତରଙ୍କୁ ଜଳେଶ୍ଵର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି ପୋଲିସ। ଅନ୍ୟପକ୍ଷରେ ଅନ୍ୟ ଶ୍ରମିକମାନଙ୍କୁ ଅଲଗା ବସ୍‌ ଯୋଗେ କୋଲକାତା ପଠାଇ ଦିଆଯାଇଛି।

Comment