ଓଡ଼ିଶାଲାଇଭ୍ ବ୍ୟୁରୋ

Utkal University

ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୮ ଯାଏଁ ଚାଲୁ ରହିବ।

ଯୋଗ୍ୟତା- ବ୍ୟକ୍ତିବିଶେଷ କୌଣସି ୟୁନିଭର୍ସିଟିରେ ଅତିକମରେ ୧୦ ବର୍ଷ ପ୍ରଫେସର ପଦବୀ କିମ୍ବା କୁଳପତି ପଦବୀରେ କାର୍ଯ୍ୟରତ ଥିବେ। ଆକାଡେମିକ ତଥା ରିସର୍ଚ୍ଚ ବିଭାଗରେ ବିଶେଷ ଅଭିଜ୍ଞତା ଥିବ।

ବୟସ– ୬୨ ବର୍ଷରୁ କମ ବୟସ

ଦରମା– ୨୧୦୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ଯୋଗ୍ୟ ବ୍ୟକ୍ତିବିଶେଷ ନିଜର ଆବେଦନପତ୍ର ଜୁଲାଇ ୮ ସୁଦ୍ଧା hedsec.od@nic.in ଇମେଲ୍ ଆଇ.ଡିରେ ପଠାଇପାରିବେ, ଏହା ବ୍ୟତୀତ ଆବେଦନପତ୍ରର ଆଉ ଗୋଟିଏ ସେଟ୍ (ହାଡ୍ କପି) ମଧ୍ୟ ଜୁଲାଇ ୮ ତାରିଖ ସୁଦ୍ଧା ନିମ୍ନଲିଖିତ ଠିକଣାରେ ପହଞ୍ଚାଇବାକୁ ହେବ।

ଠିକଣା– କମିସନର-କମ୍-ସେକ୍ରେଟାରୀ, ହାଇୟର ଏଜୁକେସନ୍ ଡିପାର୍ଟମେଣ୍ଟ, ଲୋକ ସେବା ଭବନ, ସଚିବାଳୟ ମାର୍ଗ, ଭୁବନେଶ୍ୱର-751001

ଫୋନ ନମ୍ବର- (0674) 2536862

  • ଚୟନ କରାଯାଇଥିବା ପ୍ରାର୍ଥୀଙ୍କର ଏକ ୩ଜଣିଆ କମିଟି ଦ୍ୱାରା ଇଣ୍ଟରଭ୍ୟୁ ନିଆଯିବ। ଏହି କମିଟି ଦ୍ୱାରା ଚୟନ ହୋଇଥିବା ପ୍ରାର୍ଥୀଙ୍କ ନାମକୁ ଚାନସେଲରଙ୍କ ନିକଟରେ ସୁପାରିଶ ଦିଆଯିବ।
  • ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ dheodisha.gov.inରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

LEAVE A REPLY

Please enter your comment!
Please enter your name here