ଓଡ଼ିଶାଲାଇଭ୍ ବ୍ୟୁରୋ

baleswar

ଗତକାଲି ସାମୁଦ୍ରିକ ଝଡ଼ ଅମ୍ପନର ତାଣ୍ଡବଲୀଳା ପରେ ଓଡ଼ିଶାର ବହୁ ଅଞ୍ଚଳ ପ୍ରଭାବିତ ହୋଇଛନ୍ତି। ହେଲେ ବାତ୍ୟା ସହ ମୁକାବିଲା ପାଇଁ ଯେପରି ଜିଲ୍ଲା ପ୍ରଶାସନ ସବୁ ପ୍ରକାର ପ୍ରସ୍ତୁତି କରିଥିଲେ, ବାତ୍ୟା ପରେ ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ସେହିପରି ଜାରି ରହିଛି।

baleswar

ବାଲେଶ୍ୱର ଜିଲ୍ଲାର ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମଧ୍ୟରେ ଏହି କାର୍ୟ୍ୟ ଚାଲୁ ରହିଛି। ରାସ୍ତା ସଫା କରିବା ସହ ରାସ୍ତାରେ ପଡ଼ିଥିବା ଗଛଗୁଡ଼ିକୁ ହଟାଇବା, ଯଥାଶୀଘ୍ର ବିଦ୍ୟୁତ୍ ଯୋଗାଣ ପାଇଁ ଛିଣ୍ଡି ପଡ଼ିଥିବା ତାର ଆଦିର ମରାମତି କାମରେ ଲାଗିଛି ପ୍ରଶାସନ। ଏହା ସହ ବାଲେଶ୍ୱରକୁ ଯଥାଶୀଘ୍ର ପୂର୍ବାବସ୍ଥାକୁ ଫେରେଇ ଆଣିବାକୁ ପ୍ରତିଶୃତି ଦେଇଛି ଜିଲ୍ଲା ପ୍ରଶାସନ।

baleswar

ଗତକାଲି ବାତ୍ୟା ଅମ୍ପନର ପ୍ରଭାବ ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାରେ ଅଧିକ ପଡ଼ିଥିଲା। ଏନେଇ ଜିଲ୍ଲା ପ୍ରଶାସନ ଆଗୁଆ ସତର୍କ ଥିଲେ। ଏହି ବାତ୍ୟା କାଲି ସଂଧ୍ୟାରେ ସୁନ୍ଦରବନଠାରେ ଲ୍ୟାଣ୍ଡଫଲ୍ କରିଥିଲା।

Comment