ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଦ୍ରକ ଜିଲ୍ଲା ଦୟସିଙ୍ଗ ପଞ୍ଚାୟତର ଚଢ଼େୟା ଗ୍ରାମର ବାତ୍ୟା ବିପନ୍ନଙ୍କୁ ଭେଟିଲା ଯୁବ କଂଗ୍ରେସ। ବିପନ୍ନଙ୍କୁ ଭେଟି ସେମାନଙ୍କ କ୍ଷୟକ୍ଷତି ପଚାରି ବୁଝିବା ସହ ରିଲିଫ୍‌ ସାମଗ୍ରୀ ବଣ୍ଟନ କରିଥିଲା ଯୁବ କଂଗ୍ରେସ। ବିପନ୍ନ ପରିବାରକୁ ଚୁଡ଼ା, ଗୁଡ଼ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା।

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୯ତମ ପୂଣ୍ୟ ତିଥି। ଏହି ଅବସରରେ ଯୁବ କଂଗ୍ରେସ ପକ୍ଷରୁ ‘ଗୋଟିଏ ଦିନର ନ୍ୟାୟ’ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ଗରିବ ପରିବାରଙ୍କୁ ଗୋଟିଏ ଦିନର ସହାୟତା ଦିଆଯାଇଛି। ଭଦ୍ରକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା ଯୋଗ ଦେଇଥିଲେ।

ଏହି ଅଭିଯାନ ମାଧ୍ୟମରେ ଗରିବ ପରିବାରକୁ ୬ ମାସ ପାଇଁ ନ୍ୟାୟ ଦେବାକୁ ଭାରତୀୟ ଯୁବ କଂଗ୍ରେସ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି।

Comment