ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

“ଡ୍ରିମ୍ ଗାର୍ଲ” ଅଭିନେତା ଆୟୁଷ୍ମାନ୍ ଖୁରାନା। ବଲିଉଡର ମଲ୍ଟିଟାଲେଣ୍ଟେଡ୍ ଆଉ ଫନିଏଷ୍ଟ୍ ଆକ୍ଟର୍। ସମସ୍ତେ ତାଙ୍କ ଅଭିନୟ ଆଉ ଫିଲ୍ମଗୁଡିକ ବିଷୟରେ ସବୁକିଛି ଜାଣନ୍ତି। ହେଲେ ଦର୍ଶକ ଆୟୁଷ୍ମାନଙ୍କ ବ୍ୟକ୍ତିଗତ ଜୀବନରେ ବଶେଷ କିଛି ଜାଣିନଥିବେ। ଫିଲ୍ମରେ ଯେମିତି, ବାସ୍ତବ ଜୀବନରେ ବି ଆୟୁଷ୍ମାନ କ’ଣ ସେମିତି? ଏମିତି ଅନେକ ପ୍ରଶ୍ନ ଦର୍ଶକଙ୍କ ମନରେ ସୃଷ୍ଟି ହେଉଥିବ।

ଆସନ୍ତୁ ଜାଣିବା ଆୟୁଷ୍ମାନଙ୍କ ବିଷୟରେ କିଛି କଥା… 

ଜନ୍ମଦିନ ପାଳିବାକୁ ଭଲ ପଆନ୍ତିନି ଆୟୁଷ୍ମାନ। ଜୁମ୍ ଟିଭିକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଆୟୁଷ୍ମାନକହିଥିଲେ, “ଜନ୍ମଦିନ ପାଳିବାକୁ ମତେ ଭଲ ଲାଗେ ନାହିଁ। ସେଦିନଟି ମୁଁ ଭାରି ଡିପ୍ରେସ୍ ହୋଇଯାଏ। ଅନ୍ୟ ଦିନଗୁଡ଼ିକରେ ପାର୍ଟି କରିବାକୁ ଭଲ ପାଏ। କିନ୍ତୁ ଜନ୍ମଦିନରେ ନୁହେଁ।”

ଆୟୁଷ୍ମାନ୍ ଖୁରାନା ପ୍ରକୃତ ଜୀବନରେ ବହୁତ ସରଳ ଓ ନମ୍ର ସ୍ୱଭାବର ବ୍ୟକ୍ତି ଅଟନ୍ତି। ସେ ସମସ୍ତଙ୍କ ସହିତ ମିଶିବାକୁ ଭଲ ପାଆନ୍ତି। ଆୟୁଷ୍ମାନ୍ ଙ୍କ ପ୍ରକୃତ ନାମ ହେଲା ନିଶାନ୍ତ ଖୁରାନା। ନିକ୍ ନେମ୍ ହେଲା ଆୟୁଷ୍।  ସେ ୧୪ ସେପ୍ଟେମ୍ବର ୧୯୮୪ ମସିହାରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଛନ୍ତି।ଆୟୁଷ୍ମାନଙ୍କ ପିତା ପି. ଖୁରାନା ପେଶାରେ ଜଣେ ଜ୍ୟୋତିଷ।

ମାସ୍ କମ୍ୟୁନିକେସନରେ ମାଷ୍ଟର୍ ଡିଗ୍ରୀ ହାସଲ କରିଥିବା ଆୟୁଷ୍ମାନ୍ ତାଙ୍କ ସମ୍ପୂର୍ଣ୍ଣ ଶିକ୍ଷା ଚଣ୍ଡିଗଡରେ ଶେଷ କରିଛନ୍ତି। ପିଲାଟି ଦିନରୁ ଆୟୁଷ୍ମାନ ଜଣେ ଅଭିନେତା ହେବାକୁ ଇଚ୍ଛା ରଖିଥିଲେ। ୪ ବର୍ଷ ବୟସରେ ସେ ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ‘ତେଜାବ୍’ ଚଳଚ୍ଚିତ୍ର ଦେଖି ଅଭିନୟ ଆଡ଼େ ଆକୃଷ୍ଟ ହୋଇଥିଲେ। ତାଙ୍କ ପିତା ବି ଚାହୁଁଥିଲେ କି ଆୟୁଷ୍ମାନ ଅଭିନୟ କରନ୍ତୁ।

ପ୍ରଥମେ ପ୍ରଥମେ ବହୁତଗୁଡ଼ାଏ ଅଡିସନ୍ ରେ ରିଜେକ୍ସନ୍ ଫେସ୍ କରିବାକୁ ପଡିଥିଲା ଆୟୁଷ୍ମନାଙ୍କୁ। ଆଉ ରିଜେକ୍ସନର କାରଣ ବି ବହୁତ ମଜାଳିଆ ପାଇଥିଲେ କି ତାଙ୍କର ମୋଟା ଆଇବ୍ରୋ ଅଛି। ୧୬ ବର୍ଷ ବୟସରେ ଲାଇଫ୍ ପାର୍ଟନର୍ ଟାହିରା କସ୍ୟପଙ୍କ ସହ ଆୟୁଷ୍ମାନଙ୍କ ପ୍ରଥମ କରି  ଭେଟ ହୋଇଥିଲା। ସେହି ସମୟରେ ହିଁ ସେ ତାହିରାଙ୍କୁ ବିବାହ ପାଇଁ ପ୍ରପୋଜ କରିଦେଇଥିଲେ।

ଅଭିନୟ ବ୍ୟତୀତ ଗୀତ ଗାଇବା ବି ତାଙ୍କ ପ୍ୟାସନ୍। ୨୦୦୨ ମସିହାରେ ଚ୍ୟାନେଲ ଭିରେ ପ୍ରସାରିତ “ପପ୍ ଷ୍ଟାର୍”ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ଆୟୁଷ୍ମାନ।  ସେହି ସମୟରେ ତାଙ୍କ ବୟସ ୧୭ ବର୍ଷ ହୋଇଥିଲା। ୨୦୦୪ରେ ଏମ୍ ଟିଭି ଶୋ’ ‘ରୋଡିଜ୍-୨’ ତାଙ୍କ ଲାଇଫ୍ ଟର୍ଣ୍ଣିଂପଏଣ୍ଟ୍ ଥିଲା।

ଜର୍ଣ୍ଣାଲିଜିମ୍ ଶେଷ ବର୍ଷରେ ତାଙ୍କୁ ଏମ୍ ଟିଭିରେ ଆର୍ ଜେ ତାପରେ ଭିଡିଓ ଜକି ଅଫର୍ ମିଳିଥିଲା। ୨୦୦୭ରେ ଏମ୍ ଟିଭି ଶୋ’ ‘ବିଗ୍ ଚାଏ’, ‘ମାନ୍ ନା ମାନ୍’, ‘ମେଁ ତେରା ଆୟୁଷ୍ମାନ୍’ ପାଇଁ “ୟଙ୍ଗ୍ ଆଚିଭର୍ସ ଆଓ୍ୱାର୍ଡ” ପାଇଥିଲେ ଆୟୁଷ୍ମାନ୍।

“କୟାମତ୍”, “ଏକ୍ ଥି ରାଜ୍ କୁମାରୀ” ଭଳି କେତେକ ଟିଭି ସିରିଆଲରେ ସେ ଅଭିନୟ କରିଛନ୍ତି।୨୦୦୭ରୁ ୨୦୧୨ ଯାଏଁ ଷ୍ଟ୍ରଗଲ୍ କରିବା ପରେ ‘ବିକି ଡୋନର୍’ରେ ଆୟୁଷ୍ମାନଙ୍କୁ ତାଙ୍କ କ୍ୟାରିଅର୍ ର ବିଗ୍ ବ୍ରେକ୍ ମିଳିଥିଲା। ଫିଲ୍ମଟି ସୁପର୍ ହିଟ୍ ହେବା ସହିତ ବହୁ ଜାତୀୟ ପୁରସ୍କାରକୁ ହାତେଇଥିଲା।

ନିଜ ଡେବ୍ୟୁ ଫିଲ୍ମରେ ହିଁ ସେ ତାଙ୍କର ସିଙ୍ଗିଙ୍ଗ୍ ଡେବ୍ୟୁ କରିଥିଲେ। ବିକି ଡୋନର୍ ରେ ଥିବା “ପାନି ଦା ରଙ୍ଗ୍” ଗୀତ ସ୍ରୋତାଙ୍କୁ ବହୁତ ପସନ୍ଦ ଆସିଥିଲା। ବେଷ୍ଟ୍ ସିଙ୍ଗର୍ ଓ ବେଷ୍ଟ ସଙ୍ଗ ଭାବେ ବିଭିନ୍ନ ପୁରସ୍କାର ବି ପାଇଥିଲା।ଆୟୁଷ୍ମାନ୍ କବିତା ଲେଖିବାକୁ ବହୁତ ଭଲ ପାଆନ୍ତି। ଆଉ ସେ ଜଣେ ଆକ୍ଟିଭ୍ ବ୍ଲଗର୍ ବି। ବଲିଉଡ ଯାଏଁ ତାଙ୍କ ଜୀବନର କଠିନ ଯାତ୍ରାକୁ ଉଲ୍ଲେଖ କରି ୨୦୧୫ରେ “କ୍ରାକିଙ୍ଗ୍ ଦା କୋଡ୍- ମାଇ ଜର୍ଣ୍ଣି ଟୁ ବଲିଉଡ୍” ନାମକ ଏକ ଆତ୍ମଜୀବନୀ ପୁସ୍ତକ ଲେଖି ରିଲିଜ କରିଥିଲେ।

Comment