ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦର୍ଶକଙ୍କ ଅପେକ୍ଷାର ହେଲା ଅନ୍ତ। ଲକଡାଉନ ଭିତରେ ରିଲିଜ ହେଲା ଫିଲ୍ମ ‘ଗୁଲାବୋ-ସିତାବୋ’ର ଟ୍ରେଲର। ପ୍ରଥମ ଥର ପାଇଁ ଏଥିରେ ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନା ଏକାଠି ନଜର ଆସିଛନ୍ତି। ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନା ନିଜେ ଏହି ଟ୍ରେଲରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫିଲ୍ମ ଜୁନ୍ ୧୨ ରେ ଡିଜିଟାଲ ପ୍ଲାଟଫର୍ମ  ଓଟିଟିରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

ଏହି ଫିଲ୍ମରେ ଆପଣ ଅମିତାଭଙ୍କୁ ଜଣେ ବୃଦ୍ଧ ବ୍ୟକ୍ତି ଭୂମିକାରେ ଦେଖିବାକୁ ପାଇବା। ସେହିପରି ଏଥିରେ ଆୟୁଷ୍ମାନଙ୍କ ଲୁକ୍‌ ରହିଛି ସମ୍ପୂର୍ଣ୍ଣ ନିଆରା।

ଟ୍ରେଲରରେ ଅମିତାଭ ଏବଂ ଆୟୁଷ୍ମାନ ଖୁରାନାଙ୍କ ମଧ୍ୟରେ ଘରଭଡ଼ାକୁ ନେଇ ଝଗଡ଼ା ହେଉଥିବା ଦେଖିବାକୁ ମିଳିଛି।  ଅମିତାଭ ଘରମାଲିକ ଭୂମିକାରେ ନିଭାଇଥିଲା ବେଳେ ଆୟୁଷ୍ମାନ ତାଙ୍କ ଘରେ ଭଡ଼ାରେ ରହୁଥିବା ବ୍ୟକ୍ତି ଭୂମିକାରେ ନଜର ଆସିଛନ୍ତି। ଏହା ଏକ କମେଡି ଫିଲ୍ମ ବୋଲି ଟ୍ରେଲରରୁ ଜଣାପଡ଼ିଛି।

ଏହି ଫିଲ୍ମର କାହାଣୀ ଜୁହି ଚତୁର୍ବେଦୀ ଲେଖିଥିଲା ବେଳେ ସୁଜିତ ସରକର ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Comment