ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଅମ୍ପନରେ ୧୫୧ କିଲୋମିଟର ଗ୍ରାମ୍ୟ ରାସ୍ତା ନଷ୍ଟ ହୋଇଛି। ଏହାର ମରାମତି ପାଇଁ ୩ କୋଟି ୮୮ ଲକ୍ଷ ଟଙ୍କାର ପାଣ୍ଠି ଆବଶ୍ୟକ। ଏନେଇ ଗ୍ରାମ୍ୟ ଉନ୍ନୟନ ସଚିବଙ୍କୁ ଚିଠି ଲେଖିଛନ୍ତି ଚିଫ୍‌ ଇଞ୍ଜିନିୟର୍ସ ରୁରାଲ ୱାର୍କ।

ସେହିପରି ରାସ୍ତାରେ ପଡ଼ିଥିବା ଗଛ ସଫା କରିବା ପାଇଁ ୫୦ ଲକ୍ଷ ୯୨ ହଜାର ଟଙ୍କା ଆବଶ୍ରକ ବୋଲି ଚିଠିରେ ଦର୍ଶାଯାଇଛି।

ବାତ୍ୟା ଅମ୍ପନ ଗତ ୨୦ରେ ଓଡ଼ିଶା ଉପକୂଳ ଅତିକ୍ରମ କରି ସୁନ୍ଦରବନରେ ସ୍ଥଳଭାଗ ଛୁଇଁଥିଲା। ଏହାର ପ୍ରଭାବରେ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲା। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ କଚ୍ଚା ଘର ମଧ୍ୟ ଭାଙ୍ଗିଥିଲା।

ପ୍ରାଥମିକ କ୍ଷୟକ୍ଷତି ଆକଳନ ଅନୁସାରେ ୮୯ ବ୍ଲକର ୪୪ ଲକ୍ଷ ୮୦ ହଜାର ଲୋକ ବାତ୍ୟାରେ ପ୍ରଭାବିତ ହୋଇଥିବା ରାଜ୍ୟ ସରକାର କେନ୍ଦ୍ରକୁ ରିପୋର୍ଟ ଦେଇଥିଲେ। ୪୬ ଲକ୍ଷ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ ହୋଇଥିଲେ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଆକାଶମର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ଓଡ଼ିଶା ପାଇଁ ତୁରନ୍ତ ୫୦୦ କୋଟି ଟଙ୍କା ଘୋଷଣା କରିଥିଲେ।

Comment