ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ। ବର୍ତ୍ତମାନସୁଦ୍ଧା ତାଳଧ୍ୱଜ ଏବଂ ନନ୍ଦିଘୋଷ ରଥର ୧୧ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଛି। ସେହିପରି ଦେବଦଳନ ରଥର ୯ଟି ଚକ ନିର୍ମାଣ ଶେଷ ହୋଇଛି।

ତାଳଧ୍ୱଜ ରଥରେ ଅନ୍ୟ ଦୁଇଟି ଚକର ତୁମ୍ବରେ ଅର ସଂଯୋଗ ସହ ପଇ ବିନ୍ଧ କାର୍ଯ୍ୟ ଚାଲିଛି। ତାଳଧ୍ୱଜ ରଥର ସମସ୍ତ ୭ଟି ଅଖ କାମ ଶେଷ ହୋଇ ମଠା କାର୍ଯ୍ୟ ଚାଲିଛି। ଦେବଦଳନ ରଥର ୬ଟି ଅଖ କାମ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୬ଟି ଅଖ ଶେଷ ହୋଇ ୨ଟି କାମ ଚାଲିଛି।

ସେହିପରି ତିନି ରଥର ଚାରି ନାହାକା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୋଳବେଦୀରେ କରତି ସେବକଙ୍କ ଗୟଳ ଚିରଟ କାର୍ଯ୍ୟ ଚାଲିଛି। ମୋଟ ୬ଟି ଗୟଳ ମଧ୍ୟରୁ ଦୁଇଟିର ଚିରଟ କାର୍ଯ୍ୟ ଶେଷ ହୋଇଛି।

ଜୁନ୍‌ ୨୩ରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ନିର୍ମାଣ କାମ ଶେଷ କରିବାକୁ ସେବାୟତମାନେ ଲାଗି ପଡ଼ିଛନ୍ତି।

Comment