ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଧକ୍‌ ଧକ୍‌ ଗାଲଁ ମାଧୁରୀ ଦୀକ୍ଷିତ ତାଙ୍କ ଅଭିନୟ ଓ ଡ୍ୟାନ୍ସ ପାଇଁ ବେଶ୍‌ ଜଣାଶୁଣା। କିନ୍ତୁ ଏହି ଲକଡାଉନରେ ମାଧୁରୀଙ୍କ ନୂଆ ପ୍ରତିଭା ସମସ୍ତଙ୍କ ସାମ୍ନା ଆସିଛି। ମାଧୁରୀ କରୋନା ଭାଇରସ ପାଇଁ ସଚେତନତା ମୂଳକ ଗୀତ ଗାଉଥିବା ନଜର ଆସିଛନ୍ତି। ମାଧୁରୀଙ୍କ ନୂଆ ଗୀତ ‘କ୍ୟାଣ୍ଡେଲ’ ମୁକ୍ତିଲାଭ କରିଛି। ଏହି ଗୀତରେ ମାଧୁରୀଙ୍କ ସିଙ୍ଗିଙ୍ଗ ସ୍କିଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ଗୀତ ମାଧ୍ୟମରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ କରୋନାକୁ ନେଇ ଲୋକଙ୍କ ମନରେ ନୂଆ ଆଶା ଦେଉଛନ୍ତି। ମାଧୁରୀ ଏହି ଗୀତଟିକୁ ଇଂରାଜୀରେ ଗାଇଛନ୍ତି। ଅଭିନେତ୍ରୀଙ୍କ ଏହି ଗୀତକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଛନ୍ତି ଏବଂ ମାଧୁରୀଙ୍କ ସିଙ୍ଗିଙ୍ଗ ସ୍କିଲକୁ ପ୍ରଶଂସା କରିଛନ୍ତି।

ଯଦି ମାଧୁରୀଙ୍କ କାମ କଥା କହିବା ତେବେ ସେ ଶେଷଥର ପାଇଁ ଟୋଟାଲ ଧମାଲ, ଓ କଲଙ୍କରେ ନଜର ଆସିଥିଲେ। ଏହାସହିତ ସେ ଡ୍ୟାନ୍ସ ରିଆଲିଟି ସୋ’ରେ  ଜଜ୍ ଭାବେ ବି ନଜର ଆସନ୍ତି।

Comment