ଓଡ଼ିଶଲାଇଭ୍ ବ୍ୟୁରୋ

ବାତ୍ୟା ଅମ୍ପନ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବାତ୍ୟାକୁ ୨ ଦିନ ବିତିଥିଲେ ବି ସେଠାରେ ଏବେବି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହାରି ମଧ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ସାସଂଦ ନୁସରତ ଜହାଁ।

ନୁସରତ ତାଙ୍କ ସସଂଦୀୟ କ୍ଷେତ୍ର ବଶୀରହାଟ ମଧ୍ୟ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନୁସରତ ନିଜେ ମଧ୍ୟ ତାଙ୍କ ଇନଷ୍ଟାରେ କିଛି ଫଟୋ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୁକ୍ରବାର ପଶ୍ଚିମବଙ୍ଗ ଗସ୍ତ କରିଥିଲେ। ବାତ୍ୟା ପ୍ରଭାବିତ ଏହି ରାଜ୍ୟ ପାଇଁ ୧୦୦୦ କୋଟିର ପ୍ୟାକେଜ ଘୋଷଣା କରିଥିଲେ।

Comment