ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇବ୍ରୋ ମୁହଁର ଏକ ଆକର୍ଷଣୀୟ ଭାଗ। ଏହାକୁ ଠିକ୍ ଭାବେ ସେପ୍ ଦେଲେ ମୁଖ ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଏ। ଏଥିପାଇଁ ଥ୍ରେଡିଙ୍ଗ, ପ୍ଲକିଙ୍ଗ୍, ଓ୍ଵାକ୍ସିଂ ଏବଂ ମାଇକ୍ରୋବ୍ଲଗିଙ୍ଗ୍ କରାଯାଏ। କେତେ ଜଣଙ୍କର ଥ୍ରେଡିଙ୍ଗ୍ କରିବା ପରେ ତ୍ଵଚା ନାଲି ପଡ଼ିଯାଏ, କଟିଯାଏ, ଜଳିବା ଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ। ସମ୍ବେଦନଶୀଳ ତ୍ଵଚା, ଶୁଷ୍କ ତ୍ୱଚା ଆଉ ତେଲିଆ ତ୍ୱଚା ହୋଇଥିଲେ ଥ୍ରେଡିଂ ପରେ ଏହି ଭଳି ତ୍ଵଚା ସମସ୍ୟା ଦେଖାଦିଏ। କେତେକ ଜାଗାରେ ଆଇବ୍ରୋ ସେପ୍ କରୁଥିବା ବ୍ୟୁଟିସିଆନ୍ ଠିକ୍ ଭାବେ ପ୍ରଶିକ୍ଷିତ ନ ହୋଇଥିଲେ ଏପରି ସମସ୍ୟା ହୋଇଥାଏ। ତେବେ କିଛି ଘରୋଇ ଉପଚାରରେ ଏଥିରୁ ମୁକ୍ତି ପାଇପାରିବ।

  • ଥ୍ରେଡିଙ୍ଗ କରିବା ପରେ ପରେ ମୁହଁରେ ଆଲୋଭେରା ଲଗାନ୍ତୁ। ଆଲୋଭେରାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଥ୍ରେଡିଂ ପରେ ହୋଇଥିବା ଜଳା ପୋଡ଼ାକୁ କମ୍ କରେ।
  • ଦୁଇଟି ପତଳା ଖଣ୍ଡ କାକୁଡ଼ିକୁ ନେଇ ଥେଡିଙ୍ଗ କରିଥିବା ଜାଗାରେ ଲଗାନ୍ତୁ ଜଳାପୋଡ଼ା କମ୍‌ ହେବ। ଏହା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବାରୁ କଟା ଖଣ୍ଟିଆକୁ ଭଲ କରିବ।
  • ଥ୍ରେଡିଂ ପରେ ବରଫ ମାଲିସ କରନ୍ତୁ। ଥ୍ରେଡିଙ୍ଗ ପରିବା ପରେ ମୂଳରୁ କେଶ ଉପୁଡ଼ିଥାଏ, ଯାହାକି ରୋମଛିଦ୍ରକୁ ଖୋଲିଦିଏ। ଏହି ଛିଦ୍ରକୁ ବନ୍ଦ କରିବା ପାଇଁ ମୁହଁରେ ବରଫ ଘଷନ୍ତୁ। ଏହା ଆଇବ୍ରୋ ପାଖ ଫୁଲା ଆଉ କୁଣ୍ଡିଆ ହେବା କମ୍ କରେ।
  • ତୁଳାକୁ ଥଣ୍ଡା କ୍ଷୀରରେ ବୁଡ଼ାଇ ଥ୍ରେଡିଂ କରିଥିବା ସ୍ଥାନରେ ଲଗାନ୍ତୁ। ଏଥିରେ ଥିବା ବିଭିନ୍ନ ପ୍ରକାର ପ୍ରୋଟିନ୍ ତ୍ୱଚାକୁ ଆରାମ ଦେବ।
  • ଟି-ବ୍ୟାଗକୁ ଫ୍ରିଜ୍‌ରେ ରଖି ଥଣ୍ଡା କରି ଆଇବ୍ରୋରେ ଲଗାନ୍ତୁ।
  • ସମ୍ବେଦନଶୀଳ ତ୍ଵଚା ହୋଇଥିଲେ ଥ୍ରେଡିଙ୍ଗ କରିବା ପରେ ଖରାରେ ବାହାରକୁ ଯାଆନ୍ତୁ ନାହିଁ।
  • ଥ୍ରେଡିଙ୍ଗ କରିବା ତୁରନ୍ତ ପରେ ଫେସିଆଲ୍ କିମ୍ବା ବ୍ଲିଚ୍ କରାନ୍ତୁ ନାହିଁ।
  • ଥ୍ରେଡିଙ୍ଗ କରିବା ପରେ ଗରମ ଜିନିଷ ସଂସ୍ପର୍ଶରେ ଆସନ୍ତୁ ନାହିଁ କିମ୍ବା ଫେସିଆଲ୍ ଷ୍ଟିମ୍ ନିଅନ୍ତୁ ନାହିଁ।

Comment