ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସମଗ୍ର ଦେଶ ଇଦ୍ ପର୍ବ ପାଳନ କରୁଛି। କରୋନା ମହାମାରୀ ଇଦ୍ ଉତ୍ସବକୁ ଫିକା କରିଦେଇଥିଲେ ବି ବଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଇଦ୍‌ର ଶୁଭେଚ୍ଛା ଜଣାଇଛନ୍ତି।

ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ତାଙ୍କ ଇନଷ୍ଟାଗ୍ରାମରେ ନିଜର ଫଟୋ ପୋଷ୍ଟ କରିବା ସହିତ ତାଙ୍କ  ଫ୍ୟାନ୍ସମାନଙ୍କୁ ଇଦ ଶୁଭଚ୍ଛୋ ଦେଇଛନ୍ତି। ଅଭିନେତା ଅନୁପମ ଖେର ପବିତ୍ର ଉତ୍ସବ ଇଦରେ ଟୁଇଟ କରି ଶୁଭେଚ୍ଛା ଦେଇଛନ୍ତି। ସେହିପରି ଫିଲ୍ମ ନିର୍ମାତା ଶେଖର କପୁର ଟୁଇଟରେ ଇନ୍ଦ୍ରଧନୁ ଓ ପାହାଡ଼ର ଏକ ସୁନ୍ଦର ଫଟୋ ପୋଷ୍ଟ କରି ଇନ ଅଭିନନ୍ଦନ ଦେଇଛନ୍ତି।

ସେହିପରି କିଙ୍ଗ ଖାନ ଶାହରୁଖ ମଧ୍ୟ  , ଅଭିନେତ୍ରୀ ସୋନମ କପୁର, ମଲ୍ଲିକା ସେରାଓ୍ୱତ, ସଲମାନ ଖାନ, ଅକ୍ଷୟ କୁମାର, ଅମିର ଖାନ ମଧ୍ୟ ଏହି ଅବସରରେ ଶୁଭେଚ୍ଛା ଦେଇଛନ୍ତି। ତେବେ କେବଳ ବଲିଉଡ ନୁହେଁ ଟିଭି ଜଗତର ଅନେକ କଳାକାର ମଧ୍ୟ ତାଙ୍କ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଦେବାକୁ ଭୁଲି ନାହାନ୍ତି। କିଏ ଇନଷ୍ଟାରେ ତ କିଏ ଟୁଇଟରରେ ଆଉ କିଏ ପୁଣି ଟିକ୍‌ଟକ୍‌ରେ ଭିନ୍ନ ଭିନ୍ନ ଅନ୍ଦାଜରେ ପ୍ରଶଂସକଙ୍କୁ ଶଭେଚ୍ଛା ଦେଇଛନ୍ତି କଳାକାର।

Comment