ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ୧୫୦ ଜଣ ଦଇତାପତି ସେବାୟତଙ୍କୁ ଅନୁମତି ଦିଆଯାଉ। ଏନେଇ ଆଜି ଦଇତାପତି ନିଯୋଗ ବୈଠକରେ ଦାବି କରିଛନ୍ତି ଦଇତା ନିଯୋଗ ସମ୍ପାଦକ ଦୁର୍ଗାପ୍ରସାଦ ଦାସ ମହାପାତ୍ର।

ଜଗନ୍ନାଥଙ୍କ ପହଣ୍ଡି ପାଇଁ ୬୦, ବଳଭଦ୍ରଙ୍କ ପହଣ୍ଡି ପାଇଁ ୫୦, ଦେବୀ ସୁଭଦ୍ରାଙ୍କ ପହଣ୍ଡି ପାଇଁ ୩୦ ଏବଂ ସୁଦର୍ଶନଙ୍କ ପହଣ୍ଡି ପାଇଁ ୧୦ ଜଣ ସେବାୟତଙ୍କର ଆବଶ୍ୟକତା ରହିଛି। ଏହି ସେବାୟତମାନଙ୍କୁ ଅନୁମତି ଦେବା ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ।

ସ୍ନାନଯାତ୍ରା ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ଦଇତା ନିଯୋଗ ସହିତ ଆଲୋଚନା କରିଥିଲା। ମହାପ୍ରଭୁଙ୍କ ଯାତ୍ରା କେମିତି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ଆଲୋଚନା ହୋଇଥିଲା। ଏହି ଆଲୋଚନା ବେଳେ ୧୫୦ ଦଇତାପତିଙ୍କୁ ଅନୁମତି ଦେବାକୁ ନିଯୋଗ ଦାବି ରଖିଛି। କେଉଁ ଦଇତାପତିମାନେ ସ୍ନାନଯାତ୍ରାରେ ଭାଗ ନେବେ ସେନେଇ ନିଯୋଗ ତାଲିକା ଦେବ।

ଜୁନ୍‌ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଗତ ଦୁଇ ଦିନ ତଳେ ଗରାବଡୁ ସେବାୟତଙ୍କ ସହ ଆଲୋଚନା କରିଥିଲା। ୧୭୨ ଗରାବଡୁ ସେବାୟତଙ୍କ କରୋନା ନମୁନା ପରୀକ୍ଷା ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା।

Comment