ଓଡ଼ିଶାଲାଇଭ୍ ବ୍ୟୁରୋ

clay utensils

ଆଗେଇ ଚାଲିଥିବା ସମୟ ସହ ଆମ ରହଣସହଣ, ଖାଦ୍ୟ ପେୟ ସବୁକିଛିରେ ପରିବର୍ତ୍ତନ ଆସିଛି। ଆଗକାଳରେ ଘରେ ରନ୍ଧା କାର୍ଯ୍ୟ ପାଇଁ ମାଟିରେ ତିଆରି ଚୁଲି ତଥା ମାଟି ତିଆରି ପାତ୍ର ବ୍ୟବହାର କରାଯାଉଥିଲା। ବର୍ତ୍ତମାନ ଏହା ବଦଳରେ ଗ୍ୟାସ୍ ଚୁଲା ସହ ଷ୍ଟିଲ୍ ତଥା ନନ୍-ଷ୍ଟିକ୍ ବାସନକୁସନର ବ୍ୟବହାର କରାଯାଉଛି। ତେବେ ଆପଣକଣ ଜାଣନ୍ତି ମାଟି ପାତ୍ରର ବ୍ୟବହାରରେ ରହିଛି ଅନେକ ଉପକାରିତା।

ଆଗକାଳରେ ଲୋକମାନେ ମାଟି ପାତ୍ରରେ ଖାଦ୍ୟ ଖାଉଥିବା ଯୋଗୁଁ କମ୍ ବେମାର ପଡ଼ୁଥିଲେ। ତେବେ ଆଜିକାଲି ମାଟି ପାତ୍ରର ଟ୍ରେଣ୍ଡ୍ ପୁଣି ଫେରିଆସିଲାଣି। ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ହଉ ବା ଚା’, ସବୁଆଡ଼େ ଏବେ ମାଟି ପାତ୍ରର ବ୍ୟବହାର କରାଗଲାଣି।  ଆସନ୍ତୁ ଜାଣିବା ମାଟି ପାତ୍ରରେ ଖାଦ୍ୟ ଖାଇଲେ କ’ଣ କ’ଣ ଉପକାରିତା ମିଳେ-

clay utensils

  • ରାନ୍ଧିବା ସମୟରେ ପ୍ରେସର କୁକରର ବ୍ୟବହାର ନ କରି ମାଟି ହାଣ୍ଡିରେ ଖାଦ୍ୟ ରାନ୍ଧିଲେ ଶରୀରକୁ ସବୁ ପ୍ରକାର ପୋଷକ ତତ୍ୱ ମିଳିଥାଏ। ଯେପରିକି କ୍ୟାଲସିୟମ୍, ମାଗ୍ନେସିୟମ୍, ସଲଫର୍, ଆଇରନ୍, ସିଲିକନ୍, କୋବାଲ୍ଟ, ଜିପ୍ସମ୍ ଆଦି ମିଳିଥାଏ ଯାହା ପ୍ରେସର କୁକରରେ ରାନ୍ଧିବା ସମୟରେ ନଷ୍ଟ ହୋଇଯାଇଥାଏ।
  • ରୁଟି ତିଆରି କଲାବେଳେ ମାଟିର ତିଆରି ତାଓ୍ୱା ବ୍ୟବହାର କରନ୍ତୁ। ଏହା ଦ୍ୱାରା ଅଧିକାଂଶ ଲୋକଙ୍କଠାରେ ଦେଖା ଯାଉଥିବା କୋଷ୍ଠକାଠିନେୟ ରୋଗ ମଧ୍ୟ ଦୂର ହୋଇଥାଏ।

clay pan roti

  • ଏହି ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍ ପ୍ରୋବ୍ଲେମରୁ ମଧ୍ୟ ମୁକ୍ତି ମିଳିଥାଏ।
  • ସାଧାରଣତଃ ଅଲଗା ପାତ୍ରରେ ରୋଷେଇ କଲାବେଳେ ଖାଦ୍ୟରେ ଥିବା ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍ ପ୍ରାୟ ୮୭ ପ୍ରତିଶତ ନଷ୍ଟ ହୋଇଯାଇଥାଏ। କିନ୍ତୁ ମାଟି ପାତ୍ର ତିଆରି ଖାଦ୍ୟରେ ଥାଏ ୧୦୦ ପ୍ରତିଶତ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍।
  • ମାଟି ପାତ୍ରରେ ରନ୍ଧା ଯାଇଥିବା ଖାଦ୍ୟ ସ୍ୱାସ୍ଥ୍ୟକର ହେବା ସହ ଅଧିକ ସୁସ୍ୱାଦୁ ମଧ୍ୟ ହୋଇଥାଏ।
  • ଏହି ଖାଦ୍ୟରେ ଭରପୂର ପ୍ରୋଟିନ୍ ଥାଏ ଯାହା ଆମ ଶରୀରକୁ ରୋଗବ୍ୟାଧିରୁ ରକ୍ଷା କରେ।

clay pot

  • ମାଟି ପାତ୍ର ଅଧିକ ସୁନ୍ଦର ଏବଂ ଆକର୍ଷଣୀୟ ମଧ୍ୟ। ଏହାକୁ ଯତ୍ନର ସହ ବ୍ୟବହାର କରିବାକୁ ପଡ଼ିଥାଏ କାରଣ ତଳେ ପଡ଼ିଯିବା ମାତ୍ରେ ଭାଙ୍ଗିଯିବାର ସମ୍ଭାବନା ଥାଏ। କିନ୍ତୁ ଅନ୍ୟ ବାସନକୁସନଠାରୁ ଏହା ଅଧିକ ଶସ୍ତାରେ ମଧ୍ୟ ମିଳେ।

ତେବେ ଏତେସବୁ ଗୁଣର ଅଧିକାରୀ ମାଟି ପାତ୍ରର ବ୍ୟବହାର କରି ସୁନ୍ଦର ଖାଦ୍ୟ ସହ ସୁନ୍ଦର ସ୍ୱାସ୍ଥ୍ୟର ମଜା ନିଅନ୍ତୁ।

Comment