ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦବଙ୍ଗ ଖାନ ସଲମାନଙ୍କ ଫ୍ୟାନ୍ସମାନେ ଇଦ୍‌ରେ ତାଙ୍କ ନୂଆ ଫିଲ୍ମକୁ ଅପେକ୍ଷା କରିଥିଲେ। କରୋନା ଯୋଗୁଁ ଲାଗୁ ହୋଇଥିବା ଲକଡାଉନ୍ ସମସ୍ତଙ୍କୁ ନିରାଶ କରିଛି। ତେବେ ସଲମାନ ଖାନ ତାଙ୍କ ପ୍ରଶଂସକଙ୍କୁ ସମ୍ପୂର୍ଣ୍ଣ ନିରାଶ ନକରି ଇଦ୍‌ ଅବସରରେ ଏକ ଭାଇଚାରା ଗୀତ ‘ଭାଇ ଭାଇ’ ରିଲିଜ କରିଛନ୍ତି ।

ଲକଡାଉନର ଭିତରେ ସଲମାନ ରିଲିଜ କରିଥିବା ଗୀତ ମଧ୍ୟରୁ ଏହା ହେଉଛି ତୃତୀୟ ଗୀତ। ଏହି ଗୀତଟିକୁ ସଲମାନ ନିଜେ ଗାଇଛନ୍ତି ଏବଂ ଏହାକୁ ସଙ୍ଗୀତରେ ସଜାଇଛନ୍ତି ହିନ୍ଦୀ ସଙ୍ଗୀତ ଜଗତର ଜଣାଶୁଣା ସଂଗୀତଜ୍ଞ ସାଜିଦ ୱାଜିଦ। ସଲମାନଙ୍କ ଏହି ଗୀତ ସମସ୍ତଙ୍କ ଭାଇଚାରାର ବାର୍ତ୍ତା ଦେଇଛି।

ଲକଡାଉନରେ ସଲମାନ ତାଙ୍କ ପାନଭେଲ ଫାର୍ମ ହାଉସରେ ଅଛନ୍ତି। ଏହିଠାରେ ରହି ସେ ତାଙ୍କର ୩ଟି ଗୀତ ରିଲିଜ କରିଛନ୍ତି। ୩ଟି ଯାକ ଗୀତକୁ ଲୋକେ ପସନ୍ଦ ମଧ୍ୟ କରିଛନ୍ତି। ଇଦ ଅବସରରେ ସଲମାନଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’ ରିଲିଜ ହେବାର ଥିଲା।

Comment