ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଠଗଡ଼ର ଏକ କ୍ଵାରେଣ୍ଟିନ୍‌ ସେଣ୍ଟରରୁ ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ହେବ କରୋନା ଟେଷ୍ଟ। ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍‌ଓ ସସ୍ମିତା ଲେଙ୍କା। ସୋମବାର ବିଳମ୍ଵିତ ରାତିରେ ବଜ୍ରକାପ୍ତାଟିକୁ କ୍ଵାରେଣ୍ଟିନ ସେଣ୍ଟରରୁ ଉଦ୍ଧାର କରାଯାଇଥିଲା।

କ୍ଵାରେଣ୍ଟିନ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର ହୋଇଥିବାରୁ ଏହାର କରୋନା ଟେଷ୍ଟ କରାଯିବ। ସ୍ଵାବ ନମୁନା ନିଆସରିଛି। ଲ୍ୟାବକୁ ଟେଷ୍ଟ ପାଇଁ ପଠାଯିବ। ଟେଷ୍ଟ ଓଡ଼ିଶାରେ ହିଁ କରାଯିବ ବୋଲି କହିଛନ୍ତି ଡିଏଫ୍‌ଓ।

ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ଵା ରେଞ୍ଜ ଅଞ୍ଚଳର ଏକ କ୍ଵାରେଣ୍ଟିନ୍‌ ସେଣ୍ଟରରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଥିଲା। ବଡମ୍ଵା ମହୁଲିଆ ପଞ୍ଚାୟତର ସରପଞ୍ଚଙ୍କ ସୂଚନା କ୍ରମେ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା ବନ ବିଭାଗ।

Comment