ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୀରୁ ଦେବଗନ, ବଲିଉଡ ଚର୍ଚ୍ଚିତ ନାଁ ଭିତରୁ ଗୋଟିଏ। ବୀରୁ ଦେବଗନ ବଲିଉଡରେ ଅଭିନେତା, ନିର୍ଦ୍ଦେଶକ, ଲେଖକ, ପ୍ରଡ୍ୟୁସର ଏବଂ କୋରିୟୋଗ୍ରାଫର ଭାବେ କାମ କରିଥିଲୋ ତାଙ୍କ ଫିଲ୍ମ କ୍ୟାରିୟର ଭିତରେ ସେ ପାଖାପାଖି ୮୦ ଫିଲ୍ମରେ ଷ୍ଟଣ୍ଟର ନିର୍ଦ୍ଦେଶନା ଦେଇଥିଲୋ ଗତବର୍ଷ ଆଜିର ଦିନରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ପୁଅ ଅଜୟ ଦେବଗନ ବାପାଙ୍କୁ ମନେ ପକାଇ ଭାବୁକ ହୋଇପଡ଼ିଛନ୍ତି। ବାପାଙ୍କ ସହିତ କିଛି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ବାପାଙ୍କ ସୁବଦିନ ସେ ଅନୁଭବ କରୁଛନ୍ତି ବୋଲି କହିଛନ୍ତି।

୧୯୯୯ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ହିନ୍ଦୁସ୍ତାନ କି କସମ’ରେ ବୀରୁ ନିର୍ଦ୍ଦେଶନା ଦେଇଥିଲୋ ଏହାପରେ ସେ ବଲିଉଡର ଅନେକ ସୁପରହିଟ ଫିଲ୍ମରେ ଷ୍ଟଣ୍ଟ କୋରିୟୋଗ୍ରାଫି କରିଥିଲୋ ବଲିଉଡରେ ତାଙ୍କୁ ଷ୍ଟଣ୍ଟ ମାଷ୍ଟର ବୋଲି କୁହାଯାଏା

Comment