ଓଡ଼ିଶାଲାଇଭ୍ ବ୍ୟୁରୋ

punita arora-1

ଭାରତୀୟ ସେନାରେ ନିଯୁକ୍ତି ପାଉଥିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଦେଶର ସୁରକ୍ଷା ହିଁ ମୂଳ ଲକ୍ଷ୍ୟ ପାଲଟି ଯାଏ। ତେବେ କେବଳ ପୁରୁଷ ଯେ ଏଥିପାଇଁ ନିୟୋଜିତ ହୁଅନ୍ତି ତାହା ନୁହେ, ମହିଳାମାନେ ଦେଶ ସେବା କ୍ଷେତ୍ରରେ ସେତିକି ଆଗଭର ଥାନ୍ତି। ଘର ସମ୍ଭାଳୁଥିବା ସ୍ତ୍ରୀ ଲୋକଟି ଦେଶ ସମ୍ଭାଳିବାର ସାହସ ରଖିଥାଏ। ଆଜି ଆମେ ଆପଣଙ୍କୁ କହିବୁ ଦେଶର ପ୍ରଥମ ମହିଳା ଲେଫ୍ଟନାଣ୍ଟ ଡାକ୍ତର ପୁନୀତା ଅରୋରାଙ୍କ ଜୀବନ ସଂଘର୍ଷ କାହାଣୀ।

punita arora-2

ପୁନୀତାଙ୍କ ଜନ୍ମ ୧୯୪୬ ମେ ୩୧ରେ ହୋଇଥିଲା। ଅତିକମ ବୟସରେ ସେ ଭାରତ ଓ ପାକିସ୍ତାନ ବିଭାଜନ ଦେଖିଥିଲେ। ବିଭାଜନ ପରେ ସେ ପାକିସ୍ତାନରୁ ନିଜ ପରିବାର ସହ ଭାରତ ଆସି ପଞ୍ଜାବର ସହାରନପୁରଠାରେ ରହିଲେ। ଛୋଟବେଳୁ ଡାକ୍ତର ହେବାର ତାଙ୍କର ବହୁତ ଇଚ୍ଛା ଥିଲା। ଘରର ଆର୍ଥିକ ଅବସ୍ଥା ସେତେ ବି ଭଲ ନଥିଲେ ମଧ୍ୟ ଘରଲୋକଙ୍କ ତରଫରୁ ମଧ୍ୟ ପାଠପଢ଼ାରେ କିଛି ଅବହେଳା କରାଯାଇନଥିଲା। କିନ୍ତୁ ସେସମୟରେ ମହିଳାମାନଙ୍କ ପାଠପଢ଼ାକୁ ନେଇ କୌଣସି ସୁବିଧା ନଥିଲା। ଏହି ସମୟରେ ପିତାଙ୍କ ସହ ସେ ବହୁ କଲେଜର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେଉଁଠି ବି ଆଶା ମିଳିନଥିଲା। ହେଲେ ଦିନେ କଲେଜରୁ ଖବର ଆସିଲା ଯେ ମହିଳାଙ୍କ ପାଇଁ କେବଳ ୩ଟି ସିଟ୍ ଖାଲି ଅଛି।

punita arora-3

ପରେ ଆର୍ମ୍ଡ ଫୋର୍ସେସ୍ କଲେଜରେ ତାଙ୍କର ଆଡମିସନ ହୋଇଥିଲା। ପୁନୀତାଙ୍କ ଏହା ସବୁଠୁ ବଡ଼ ଖୁସିର ଦିନ ଥିଲା। ପୁନୀତାଙ୍କ ବାପା ସବୁ କ୍ଷେତ୍ରରେ ତାଙ୍କୁ ସହଯୋଗ କରିଥିଲେ। କଲେଜ୍ ପଢ଼ା ସରିବା ପରେ ତାଙ୍କର ପୋଷ୍ଟିଂ କାନପୁରର ଫତେଗଢ଼ ଜିଲ୍ଲାରେ ହୋଇଥିଲା ଯେଉଁଠି ଡାକୁମାନଙ୍କର ରାଜ୍ ଚାଲୁଥିଲା। କିନ୍ତୁ ପୁନୀତାଙ୍କ ଆତ୍ମବିଶ୍ୱାସ ତାଙ୍କୁ କେଉଁ ପରିସ୍ଥିତିରେ ମଧ୍ୟ ମୁଣ୍ଡ ନୁଆଁଇବାକୁ ଦେଇନଥିଲା। ସେ ସେଠାରେ ରହି ଲେକଙ୍କମାନଙ୍କ ସେବା କରିଥିଲେ। ଏଥିପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କଠାରୁ ‘ବିଶିଷ୍ଟ ସେବା’ ସମ୍ମାନ ମଧ୍ୟ ମିଳିଥିଲା।

punita arora-4

ମହିଳାଙ୍କ ପାଇଁ ସ୍ପେଶାସ୍ ଗାଇନିଂ ଏଣ୍ଡୋସ୍କୋପି ପାଇଁ ମଧ୍ୟ ତାଙ୍କୁ ବହୁତ ଗୁଡ଼ିଏ ମେଡାଲ ମିଳିଛି। ନିଜର ୩୬ ବର୍ଷର କ୍ୟାରିୟର ମଧ୍ୟରେ ସେ ୧୫ଟି ମେଡାଲ ଅର୍ଜନ କରିଛିନ୍ତି। ତାଙ୍କର ବିବାହ ମଧ୍ୟ ସେନାର ଜଣେ ପ୍ରତିଭାବାନ୍ ବ୍ୟକ୍ତିଙ୍କ ସହ ହୋଇଥିଲା। ତାଙ୍କ ପୁଅ ଡାକ୍ତର ଥିବା ବେଳେ ଝିଅ ଆର୍ମି ଅଫିସର ଭାବେ ନିଯୁକ୍ତି ପାଇଛନ୍ତି।

Comment