ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସକାଳ ୭ଟା୩୦ରୁ ୯ଟା୩୦ ଭିତରେ ସ୍ନାନଯାତ୍ରା ଓ ଛେରା ପହଁରା
  • ଦିନ ୧୧ଟା ୧୨ଟା ଭିତରେ ହାତୀ ବେଶ
  • ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡା ପହଣ୍ଡି

ଜୁନ୍‌ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। କରୋନା ସଙ୍କଟ ପାଇଁ କଟକଣା ଭିତରେ ଏଥର ସ୍ନାନଯାତ୍ରା ନୀତି ପାଳନ ହେବ। ଛତିଶା ନିଯୋଗ ସହିତ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ସେ କହିଛନ୍ତି ଯେ, ରାତି ୧ଟାରୁ ଭେର୍‌ ୪ଟା ଭିତରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ। ସକାଳ ୭ଟା ୩୦ରୁ ୯ଟା ୩୦ ଭିତରେ ସ୍ନାନଯାତ୍ରା ଓ ଛେରାପହଁରା, ୧୧ଟାରୁ ୧୨ଟା ଭିତରେ ହାତୀ ବେଶ, ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡା ପହଣ୍ଡି ହେବ।

ସ୍ନାନଯାତ୍ରାରେ ସର୍ବନିମ୍ନ କେତେ ସେବାୟତ ସାମିଲ ହେବେ ସେନେଇ ଦୁଇ ଦିନ ଭିତରେ ଛତିଶା ନିଯୋଗ ତାଲିକା ଦେବ। ତାଲିକା ମିଳିବା ପରେ ୩୦ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବ। ଯାହାର ଯେଉଁ ନୀତି ସେହି ଅନୁସାରେ ସେବାୟତଙ୍କୁ ଅନୁମତି ମିଳିବ।

ସ୍ନାନଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କର କୋଭିଡ୍‌ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୭୫ ଜଣ ଦଇତାପତି ସେବାୟତଙ୍କର ନମୁନା ସଂଗ୍ରହ କରାଯାଇଛି। ଦୁଇ ଦିନ ଭିତରେ ୧୫୦ ଦଇତାପତିଙ୍କର ନମୁନା ସଂଗ୍ରହ କରାଯିବ। ୨୯ ଓ ୩୦ରେ ଗରାବଡ଼ୁ ସେବାୟତ ଏବଂ ପରେ ଅନ୍ୟ ୮ ନିଯୋଗ ସେବାୟତଙ୍କର ନମୁନା ସଂଗ୍ରହ କରାଯିବ।

Comment