ଓଡ଼ିଶାଲାଇଭ୍‌ ବ୍ୟୁରୋ

(ପୁରୀରୁ ଵିଶାଲ ମହାନ୍ତି): ପୁରୀ ରଥଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଗୁରୁବାର ଶୀତଳ ଷଷ୍ଠୀ ଥିବାରୁ ଏହିଦିନ ତିନି ରଥରେ ୪୨ଟି ଚକ ସହ ୨୧ଟି ଅଖ ସଂଯୋଗ କରାଯିବାର ଵିଧି ରହିଛି। ଗତ ଭଉଁରୀ ଯାତ୍ରା ଦିନ ପରମ୍ପରା ଅନୁଯାୟୀ ତିନି ରଥ ପାଇଁ ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯାଇଥିଲା।

ବିଶ୍ଵକର୍ମା ମହାରଣା ଓ ଭୋଇ ସେବକଙ୍କ ତତ୍ପରତା ସହ ସମସ୍ତ କାର୍ଯ୍ୟ ସୁଚାର ରୂପେ ପରିଚାଳିତ ହେଉଛି। ବୁଧବାର ୩୬ଟି ଚକ ନିର୍ମାଣ ଶେଷ ହୋଇଛି। ଅନ୍ୟପଟେ ଗୁରୁବାର ମହାପ୍ରଭୁଙ୍କ ଆଜ୍ଞା ମାଳ ଆସିବା ପରେ ଚକ ସହ ଅଖର ସଂଯୋଗ କରାଯିବ।

ପ୍ରତିଦିନ ପରି ଆଜି ମଧ୍ୟ ରଥଖଳାରେ ସମସ୍ତ ସେବାୟତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସମସ୍ତ ସେବାୟତ ସୁସ୍ଥ ଥିବା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି।

ସ୍ନାନଯାତ୍ରା ପାଇଁ ଆଜିଠୁ ସେବାୟତମାନଙ୍କର କୋଭିଡ୍‌ ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଛି। ୭୫ ଜଣ ଦଇତାପତି ସେବାୟତଙ୍କର ନମୁନା ସଂଗ୍ରହ କରାଯାଇଛି।

Comment