ଓଡ଼ିଶାଲାଇଭ୍ ବ୍ୟୁରୋ  

Akshay-Kumar 4

କମିକ୍ ଟାଇମିଂ ତଥା ଦମଦାର ଆକ୍ସନ୍ ଫିଲ୍ମ ପାଇଁ ଖିଲାଡ଼ି କୁମାରଙ୍କୁ ଲୋକେ ବେଶ୍ ପସନ୍ଦ କରନ୍ତି। କେବଳ ସେତିକି ନୁହେଁ ଅକ୍ଷୟ କୁମାର ନିଜ ଫିଟନେସକୁ ନେଇ ବେଶ୍ ସଜାଗ ଏବଂ ସମୟାନୁବର୍ତ୍ତୀ ବୋଲି ପ୍ରାୟ ସମସ୍ତେ ଜାଣନ୍ତି। ତେବେ ଖିଲାଡ଼ି କୁମାରଙ୍କ ବିନା ଟିକେଟ୍ ଟ୍ରେନ୍ ଯାତ୍ରା କଥା ସମସ୍ତଙ୍କୁ ଚକିତ କରିଛି। କିଛି ଦିନ ତଳେ କପିଲ୍ ଶର୍ମାଙ୍କ ସୋ’କୁ ନିଜ ଫିଲ୍ମ “ହାଉସ୍ ଫୁଲ୍ 4” ର ପ୍ରମୋସନ୍ କରିବାକୁ ଆସି ଏହି କଥା ଲୋକଲୋଚନକୁ ଆଣିଥିଲେ ଅକ୍ଷୟ।

କପିଲଙ୍କ ସୋ’କୁ ନିଜ ସହ କଳାକାର ବବି ଦେଓ୍ୱଲ୍, ରିତେଶ ଦେଶମୁଖ ଏବଂ ଚଙ୍କି ପାଣ୍ଡେଙ୍କ ସହ “ହାଉସ୍ ଫୁଲ୍ 4”ର ପ୍ରମୋସନ୍ ପାଇଁ ଆସିଥିଲେ ଅକ୍ଷୟ କୁମାର। ସୋ’ରେ ମସ୍ତି ମଜାକ ଭିତରେ ଯେତେବେଳେ କପିଲ୍ ସମସ୍ତଙ୍କୁ ପଚାରିଥିଲେ ଯେ ସେମାନଙ୍କ ଭିତରୁ କିଏ ବିନା ଟିକେଟରେ ଟ୍ରେନ୍ ଯାତ୍ରା କରିଛନ୍ତି, ତେବେ ବବି ଏବଂ ରିତେଶ ମନା କରିଥିବା ବେଳେ ଅକ୍ଷୟ କୁମାର ଏବଂ ଚଙ୍କି ପାଣ୍ଡେ ଏପରି କରିଛନ୍ତି ବୋଲି କହିଥିଲେ। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। କାରଣ ପଚାରିବାରୁ ଅକ୍ଷୟ କହିଥିଲେ ଯେ ଟ୍ରେନ୍ ଟିକେଟ୍ ପାଇଁ ପାଖରେ ପଇସା ନଥିବାରୁ ସେ ଏପରି କରନ୍ତି।

akhsya kumar-1

ସ୍କୁଲରେ ପଢ଼ୁଥିବା ବେଳେ ସେ ନିଜର ସାତଜଣଙ୍କ ସାଙ୍ଗଙ୍କ ସହ କେବଳ ଗୋଟିଏ ଟିକେଟରେ ଟ୍ରେନ୍ ଯାତ୍ରା କରନ୍ତି। ଯଦି କେବେ ଟିଟିଙ୍କ ହାବୁଡ଼ରେ ପଡ଼ନ୍ତି ସେତେବେଳେ ଅକ୍ଷୟ ସେ ଟିକେଟ୍ ଧରି ଦୌଡ଼ିବାକୁ ଆରମ୍ଭ କରିଦିଅନ୍ତି ଯାହା ଫଳରେ ଟିଟି ମଧ୍ୟ ସନ୍ଦେହ କରି ତାଙ୍କୁ ଗୋଡ଼େଇବାକୁ ଲାଗନ୍ତି। ଏହାର ଫାଇଦା ଉଠାଇ ଅକ୍ଷୟଙ୍କ ସାଙ୍ଗମାନେ ବଞ୍ଚିଯାଆନ୍ତି ଏବଂ ଧରା ପଡ଼ିଲାମାତ୍ରେ ଅକ୍ଷୟ ଟିଟିଙ୍କୁ ନିଜ ଟିକେଟ୍ ଦେଖାଇଦିଅନ୍ତି।

ଯଦିଓ ପଇସା ଅଭାବରୁ ଅକ୍ଷୟ ଏପରି କରିଥିଲେ, କିନ୍ତୁ ଏହା ଠିକ୍ ନୁହେଁ ବୋଲି ମଧ୍ୟ ସେ କପିଲଙ୍କ ସୋରେ ମାନିଥିଲେ ଏବଂ ସମସ୍ତଙ୍କୁ ଏପରି ନକରିବାକୁ ପରାମର୍ଶ ଦେଇଥିଲେ। ଏହା ଏକ ଦଣ୍ଡନୀୟ ଅପରାଧ, ଏଥିପାଇଁ ଜୋରିମାନା ସହ ଜେଲ୍ ମଧ୍ୟ ଯିବାକୁ ପଡ଼ିଥାଏ।

Comment