ଓଡ଼ିଶାଲାଇଭ୍ ବ୍ୟୁରୋ

angrezi medium

ଦେଶବ୍ୟାପି ଲକଡାଉନ ଯୋଗୁଁ ସିନେମାହଲ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଅଛି। ସେହିଯୋଗୁଁ ଅନେକ ଫିଲ୍ମ ରିଲିଜ୍ ଅପେକ୍ଷାରେ ଅଛନ୍ତି। କିନ୍ତୁ ଦୁବାଇରେ ଖୋଲାଯାଇଛି ଥିଏଟର। ସାମାଜିକ ଦୂରତା ଓ ଅନ୍ୟ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହ ପ୍ରଥମେ ଏଠାରେ ରିଲିଜ୍ ହୋଇଛି ସ୍ୱର୍ଗୀୟ ଅଭିନେତା ଇରଫାନ୍ ଖାନଙ୍କ ଶେଷ ଫିଲ୍ମ “ଅଗ୍ରେଂଜୀ ମିଡିୟମ”।

ଲକଡାଉନ ଯୋଗୁଁ ଦୁବାଇରେ କୋରୋନା ସ୍ଥିତି ଧିରେ ଧିରେ ଠିକ୍ ହେବାରେ ଲାଗିଲାଣି। ଏନେଇ ଲକଡାଉନର କିଛିମାତ୍ରାରେ କୋହଳ କରାଯାଇଛି। ଦୁବାଇର ଥିଏଟରଗୁଡ଼ିକରେ ସାମାଜିକ ଦୂରତା ରକ୍ଷା କରାଯାଇ ରିଲିଜି କରାଯାଇଛି ଫିଲ୍ମ ଅଂଗ୍ରେଜୀ ମିଡିୟମ୍। ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଅଭିନେତା ଇରଫାନ ଖାନ। ଇରଫାନ୍ ଗତ ଏପ୍ରିଲ୍ ୨୯ରେ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର ରୋଗରେ ମୃତ୍ୟୁବରଣ କରିଥିଲେ। ଅଭିନୟର ଜାଦୁଗରୀ ବ୍ୟତୀତ ଏହି ଫିଲ୍ମଟି ଇରଫାନଙ୍କ ଅଭିନୀତ ଶେଷ ଫିଲ୍ମ ହୋଇଥିବାରୁ ଦର୍ଶକଙ୍କ ପାଇଁ ବହୁତ ଖାସ୍ ଅଟେ।

angreji medium

ଏହି ଫିଲ୍ମଟି ମାର୍ଚ୍ଚ ୧୩ରେ ସିନେମାହଲରେ ରିଲିଜ୍ ହୋଇଥିଲେ ମଧ୍ୟ ଲକଡାଉନ ଯୋଗୁଁ ଏହାକୁ ଫେରାଇନାବାକୁ ପଡ଼ିଥିଲା। କିନ୍ତୁ ଏଥିମଧ୍ୟରେ ଇରଫାନଙ୍କ ମୃତ୍ୟୁ ପୂର୍ବରୁ ଏହାକୁ ଓଟିଟି ପ୍ଲାଟଫର୍ମ, ଡିଜନି ପ୍ଲସ୍ ଏବଂ ହଟ୍ ଷ୍ଟାରରେ ରିଲିଜ୍ କରିଦିଆଯାଇଛି। ଏହି ଫିଲ୍ମରେ ଇରଫାନଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ରାଧିକା ମଦନ, ଦୀପକ ଡୋବରିଆଲ୍। କରୀନା କପୁର ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

ଦେହାନ୍ତ ପୂର୍ବରୁ ଇରଫାନ ଏକ ଅଡିଓ ମେସେଜ୍ ଜରିଆରେ ଦର୍ଶକଙ୍କୁ ଏହି ଫିଲ୍ମଟି ଦେଖିବାକୁ ଅନୁରୋଧ କରିବା ସହ ନିଜ ଅସୁସ୍ଥତା ବିଷୟରେ ଜଣାଇ ଥିଲେ।

Comment