ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନର ଯୁବପୀଢ଼ି ସାଉଥ୍ ଫିଲ୍ମର ଆକ୍ସନ ଓ ରୋମାନ୍ସ କାରଣରୁ ଏହାକୁ ଦେଖିବାକୁ ଭଲପାଉଛନ୍ତି। ବିଶେଷକରି ଏହି ଫିଲ୍ମ ସବୁ ଏବେ ହିନ୍ଦୀ ଡବିଂରେ ଉପଲବ୍ଧ ହେବା କାରଣରୁ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ତେବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଏଭଳି କିଛି ଫିଲ୍ମ ଅଛି ଯାହା ବହୁ ପୂର୍ବରୁ ସାଉଥ୍ ଫିଲ୍ମର କାହାଣୀର ରିମେକ୍।

ଆସନ୍ତୁ, ଜାଣିବା ସେଭଳି କିଛି ଓଡ଼ିଆ ଫିଲ୍ମ ଯାହାକି ସାଉଥ୍ ଫିଲ୍ମରୁ କପି ହୋଇଥିଲା।

ଶ୍ରୀମାନ ସୁରଦାସ

୨୦୧୮ ମସିହାରେ ରିଲିଜ୍ ହୋଇଥିବା ଓଡ଼ିଆ ଅଭିନେତା ବାବୁସାନଙ୍କ ଫିଲ୍ମ ଶ୍ରୀମାନ ସୁରଦାସ ଏକ ସାଉଥ୍ ଫିଲ୍ମରୁ ରିମେକ୍ ହୋଇଛି। ତେଲୁଗୁ ଫିଲ୍ମ ଅନ୍ଧାଗଡୁ (anddhhagadu)ରୁ ଏହାର କାହାଣୀ ନିଆଯାଇଛି। ଏହି ତେଲୁଗି ଫିଲ୍ମରେ ଆପଣ ରାଜତରୁଳଙ୍କ ସହ ହେବାହ ପଟେଲଙ୍କୁ ଦେଖିବାକୁ ପାଇବେ।

ଆଇ.ଲଭ.ୟୁ

ଓଡ଼ିଆ ସୁପରଷ୍ଟାର ହିରୋ ଅନୁଭବଙ୍କ ପ୍ରଥମ ଫିଲ୍ମର ନାଁ ଆପଣମାନେ ସମସ୍ତେ ଜାଣିଥିବେ। ଆଇଲଭୟୁ ଫିଲ୍ମ ଜରିଆରେ ଓଲିଉଡକୁ ପ୍ରବେଶ କରିଥିବା ଅନୁଭବ ଏବେ ସୁପରଷ୍ଟାର। ତାଙ୍କର ଏହି ଫିଲ୍ମଟି ମଧ୍ୟ ସେସମୟରେ ବେଶ୍ ହିଟ୍ ସାବ୍ୟସ୍ତ ହୋଇଥିଲା। ତେବେ ଆପଣ କଣ ଜାଣିଛନ୍ତି ଏହି ଫିଲ୍ମଟି  ୧୯୯୯ ମସିହାରେ ରିଲିଜ ହୋଇଥିବା ଏକ ସାଉଥ୍ ଫିଲ୍ମର ଡବିଂ ବୋଲି। thullash manamum thullum ନାମକ ଏହି ସାଉଥ ଫିଲ୍ମର ରିମେକ୍ ହେଉଛି ଓଡ଼ିଆ ଆଇ ଲଭ ୟୁ ଫିଲ୍ମ।

ପିଲାଟା ବିଗିଡ଼ିଗଲା

ଓଡ଼ିଆ ସିନେଷ୍ଟାର ସବ୍ୟସାଚ୍ଚୀଙ୍କ ପିଲାଟା ବିଗିଡ଼ିଗଲା ଫିଲ୍ମଟି ମଧ୍ୟ ଏକ ମାଲାୟାଲାମ୍ ଫିଲ୍ମରୁ ରିମେକ୍ ହୋଇଛି। ଏହି ମାଲାୟାଲାମ୍ ଫିଲ୍ମର ନାମ ହେଉଛି ଚାକିକୋଥା ଚନକରନ (chakkikotha chankaran)। ଏହି ମାଲାୟାଲାମ୍ ଫିଲ୍ମଟି ମାଲାୟାଲାମ୍ ଭାଷାରେ ନିର୍ମାଣ ହେବା ପରେ ପଞ୍ଜବୀ ଭାଷାରେ ମଧ୍ୟ ଏହାକୁ ନିର୍ମାଣ କରାଯାଇଥିଲା। ଏହାପରେ ଏହାକୁ ଓଡ଼ିଆ ଭାଷାରେ ନିର୍ମାଣ କରାଯାଇଛି।

ବାଳୁଙ୍ଗା ଟୋକା

ଅନୁଭବଙ୍କଙ୍କ ବ୍ଲକବଷ୍ଟର ଓଡ଼ିଆ ଫିଲ୍ମ ବାଲୁଙ୍ଗା ଟୋକା ମଧ୍ୟ ଏକ ସାଉଥ୍ ଫିଲ୍ମରୁ ନିର୍ମାଣ କରାଯାଇଛି। ୭ଜି ରେନବୋ କଲୋନୀ ନାମକ ଏହି ସାଉଥ୍ ଫିଲ୍ମରେ ଆପଣ ରବି କିଷ୍ଣା ଓ ସୋନିଆ ଅଗ୍ରୱାଲଙ୍କୁ ଦେଖିବାକୁ ପାଇବେ। ଏହାର କାହାଣୀ ଅବିକଳ ଓଡ଼ିଆ ଫିଲ୍ମ ବାଳୁଙ୍ଗା ଟୋକାର କାହାଣୀ ସହ ସମାନ।

ସିଷ୍ଟର ଶ୍ରୀଦେବୀ

୨୦୧୭ ମସିହାରେ ରିଲିଜ ହୋଇଥିବା ବାବୁସାନଙ୍କ ଫିଲ୍ମ ସିଷ୍ଟର ଶ୍ରୀଦେବୀ ମଧ୍ୟ ଏକ ତାମିଲ ଭାଷୀ ଫିଲ୍ମରୁ ନିର୍ମାଣ ହୋଇଛି। ଏହି ଫିଲ୍ମର ନାମ ହେଉଛି ରେମୋ।  ବାବୁସାନଙ୍କ ଭଳି ଏହି ଫିଲ୍ମରେ ମଧ୍ୟ ଅଭିନେତା ସିଷ୍ଟର ରୂପ ଧାରଣ କରିଛନ୍ତି।

Comment