ଓଡ଼ିଶାଲାଇଭ୍ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ୨୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲାଗିଛି। ହୋଟେଲ ଶିଳ୍ପଠାରୁ ଆରମ୍ଭ କରି କୃଷି ଓ ଶିକ୍ଷା କ୍ଷେତ୍ରକୁ କ୍ୟାବିନେଟ୍‌ ଗୁରୁତ୍ୱ ଦେଇଛି।

  • ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ରାଜ୍ୟ ସରକାର ଜମି ଯୋଗାଇଦେବେ। ଇଡ୍‌କୋ ଏହି ଜମି ଯୋଗାଇ ଦେବ। ପୂର୍ବରୁ ଜିଲ୍ଲାପାଳମାନେ ଜମି ଦେଉଥିଲେ। ଯଦି ଜମି ଯୋଗାଇଦେବା ପାଇଁ ଇଡ୍‌କୋ କିଛି ଭିତ୍ତିଭୂମି ପ୍ରସ୍ତୁତ କରି ନଥିବ ତାହାଲେ ଆଇପିଆର୍‌ ରେଟ୍‌ରେ ସରକାର ଜମି ଦେବେ।
  • କୃଷି ଏବଂ ଆନୁଷଙ୍ଗୀକ ବିଷୟ ଉପରେ ଅଣ୍ଡର ଗ୍ରାଜୁଏଟ୍‌ କୋର୍ସକୁ ପ୍ରଫେସନାଲ ଡିଗ୍ରୀ କୋର୍ସର ମାନ୍ୟତା ଦିଆଯିବ। ଏହାଦ୍ୱାରା ଯେଉଁମାନେ ଅଣ୍ଡରଗ୍ରାଜୁଏଟ ଅଛନ୍ତି ସେମାନେ ଓୟୁଏଟିରେ ନିଯୁକ୍ତି ପାଇପାରିବ।
  • ମାଳତୀ ଦେବୀ ପ୍ରାକ୍‌ ପରିଧାନ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି ଶିଶୁମାନଙ୍କୁ ଦୁଇଟି ସେଟ୍‌ ୟୁନିଫର୍ମ ଯୋଗାଇ ଦିଆଯାଉଥିଲା। ଏବେ ସେମାନଙ୍କୁ ୨୦୧୯-୨୦ ବର୍ଷ ପାଇଁ ଜୋତା, ମୋଜା ଦେବାକୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି।  ୨୦୨୦-୨୧ ବର୍ଷ ପାଇଁ ସେମାନଙ୍କୁ ସ୍ୱେଟର ଦିଆଯିବ। ରାଜ୍ୟ ପାଣ୍ଠିରୁ ଏହି ଟଙ୍କା ଦିଆଯିବ।
  • ଆସ୍କା କୋ-ଅପରେଟିଭ୍‌ ସୁଗାର ଇଣ୍ଡଷ୍ଟ୍ରିଜ ଲିମିଟେଡକୁ ୧୫ କୋଟି ଟଙ୍କାର ଗ୍ୟାରେଣ୍ଟି ଦିଆଯିବ। ଏଥିରେ ଏହି ସଂସ୍ଥା ୠଣ ନେଇପାରିବେ।
  • ଶକ୍ତି ବିଭାଗ ଅଧୀନକୁ ଆସିବ ‘ଓରେଡ଼ା’।
  • ସୋସାଇଟି ଆକ୍ଟରେ ପରିବର୍ତ୍ତନକୁ କ୍ୟାବିନେଟ୍‌ ଅନୁମୋଦନ। ସବୁ ସୋସାଇଟି ୫ ବର୍ଷରେ ପୁନଃ ପଞ୍ଜୀକରଣ ହେବ। ସୋସାଇଟିରେ ବିବାଦ ସମାଧାନ ପାଇଁ ନିଯୁକ୍ତ ହେବେ ସ୍ୱତନ୍ତ୍ର କର୍ତ୍ତୃପକ୍ଷ।
  • ଇ-ମାର୍କେଟ ଜରିଆରେ ନିଜ ଉତ୍ପାଦକୁ ବିକ୍ରି କରିପାରିବେ ଚାଷୀ।
  • ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍‌ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ।
  • କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡ଼ାରେ ଦିଆଯିବ ଜମି।
  • ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଲାଗି ପ୍ରସ୍ତାବ ଗୃହୀତ।
  • ବାଲେଶ୍ୱରରେ ଏନଡିଆର୍‌ଏଫ୍‌ର ଏକ ୟୁନିଟ୍‌ ପ୍ରତିଷ୍ଠା ହେବ।
  • କରୋନା ଯୋଦ୍ଧାଙ୍କ ପାଇଁ ମନ୍ତ୍ରୀ ସ୍ତରୀୟ ବୈଠକରେ ସଂକଳ୍ପ ପାରିତ।

  • ପ୍ରବାସୀ ଶ୍ରମିକଙ୍କୁ ଜୀବିକା ଯୋଗାଇବାକୁ ସ୍ୱତନ୍ତ୍ର ଖସଡ଼ା। ଏଥିପାଇଁ ୧୭ ହଜାର କୋଟିର ବ୍ୟୟ ଅଟକଳ।
  • ଜୁନ୍‌ ୨୦୨୦ରୁ ମାର୍ଚ୍ଚ ୨୦୨୧ ଭିତରେ ଖର୍ଚ୍ଚ ହେବ ୧୭ ହଜାର କୋଟି।
  • ଗ୍ରାମାଞ୍ଚଳରେ କୃଷି ପାଇଁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା।
  • ୨୪ ଲକ୍ଷ ୫୭ ହଜାର ଚାଷୀ ଉପକୃତ ହେବେ।
  • ୪ ହଜାର ପାନ ଚାଷୀଙ୍କ ପାଇଁ ୧୬ କୋଟି ଟଙ୍କା।
  • ମାଛ ଚାଷରେ ଖର୍ଚ୍ଚ ହେବ ୧୧୧.୪୭ କୋଟି ଟଙ୍କା।
  • ରାଜ୍ୟରେ ପ୍ରତିଷ୍ଠା ହେବ ୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ।
  • ଧାମରାରେ ଟେକ୍ସଟାଇଲ ଏବଂ ଢେଙ୍କାନାଳରେ ମେଡିକାଲ ପାର୍କ ହେବ।

Comment