ଓଡ଼ିଶାଲାଇଭ୍ବ୍ୟୁରୋ

କରୋନା ଲକ୍‌ଡାଉନ୍‌ରେ ବେହାଲ ହୋଇଯାଇଥିବା ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇବା ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ଦୁଇଟି ଇଣ୍ଡଷ୍ଟ୍ରିଆଲ ପାର୍କ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛି।

ଭଦ୍ରକ ଜିଲ୍ଲା ଧାମରାରେ ଟେକ୍ସଟାଲ ପାର୍କ ହେବାକୁ ଥିବା ବେଳେ ଢେଙ୍କାନାଳରେ ମେଡିକାଲ ପାର୍କ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଶିଳ୍ପ ପାଇଁ ୬ରୁ ୭ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରହିଛି।

ଧାମରା ଟେକ୍ସଟାଇଲ ପାର୍କରେ ୨୦ ହଜାର ଏବଂ ଢେଙ୍କାନାଳରେ ମେଡିକାଲ ପ୍ରତିଷ୍ଠା ହେଲେ ୧୬ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ହଜାର ଏକର ଲେଖାଏଁ ଜମିରେ ଏହି ପାର୍କ ପ୍ରତିଷ୍ଠା କରାଯିବ।

Comment